ଭକ୍ତ ଅପେକ୍ଷାରେ ବଡ଼ଦାଣ୍ଡ, ରଥଯାତ୍ରାରେ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

Advertisment
ଭକ୍ତ ଅପେକ୍ଷାରେ ବଡ଼ଦାଣ୍ଡ, ରଥଯାତ୍ରାରେ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ : ରଥ-ପଥ-ଭକ୍ତ ସଭିଏଁ ପ୍ରସ୍ତୁତ। ଗୁଣ୍ଡିଚା ଘର ଆସିବାକୁ ଗୋଡ଼ ଟେକି ଚାହିଁ ବସିଛନ୍ତି କାଳିଆ ସାଆନ୍ତ। ଭାଇ ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦିକୁ ବୁଲିଯିବେ ବଡ଼ଠାକୁର। ଭକ୍ତମାନେ ରଥ ଟାଣିବାକୁ ଯେତିକି ଉତ୍ସୁକ, ଗୁଣ୍ଡିଚାବାଡ଼ି ଶ୍ରୀଜିଉଙ୍କ ସ୍ପର୍ଶ ପାଇବାକୁ ସେତିକି ବ୍ୟାକୁଳ। ଦୁଇବର୍ଷ ହେ‌ଲା କୋଭିଡ୍‌ ମହାମାରୀ ପାଇଁ ମହାପ୍ରଭୁଙ୍କୁ ସାମ୍ନାସାମ୍ନି ଦେଖିବାର ସୁଯୋଗ ନଥିବାରୁ, ସବୁ ଦୁଃଖକୁ ଗଣ୍ଠିଲି କରି ମହାପ୍ରଭୁଙ୍କ ଆଗେ ବଖାଣିବାକୁ ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ। କିଏ ଥକା ମେଣ୍ଟାଇବାକୁ ବଡ଼ଦାଣ୍ଡରେ ଗଡ଼ି ପଡ଼ିଛି ତ କିଏ ସିଂହଦ୍ବାର ସାମ୍ନାରେ ଦଣ୍ଡାୟମାନ ରଥକୁ ଆଖି ପୂରେଇ ଦେଖି ନେଉଛି। ଏଣେ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe