ଶ୍ରୀମନ୍ଦିରରେ ଭକ୍ତଙ୍କ ଦୁର୍ଦ୍ଦଶାକୁ ନେଇ ଅସନ୍ତୋଷ: ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲା ପୁରୀ ବିକାଶ ପରିଷଦ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦୁର୍ଦ୍ଦଶାକୁ ନେଇ ଅସନ୍ତୋଷ: ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲା ପୁରୀ ବିକାଶ ପରିଷଦ

mint

ପୁରୀ: ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଦୁର୍ଦ୍ଦଶାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଏନେଇ ପୁରୀ ବିକାଶ ପରିଷଦ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିବା ଜଣାଯାଇଛି। ଏନେଇ ପୁରୀ ବିକାଶ ପରିଷଦର ସଭାପତିଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବାର ଖବର ମିଳିଛି। ଭକ୍ତମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଲାଗି ଏହି ଆବେଦନରେ ଦର୍ଶାଯାଇଛି। ଦର୍ଶନାର୍ଥୀମାନେ ଟାଣ ଖରାରେ ଠିଆ ହେଉଥିବା କଥା ବି ଏଥିରେ କୁହାଯାଇଛି। ଏହାଛଡ଼ା ଦିବ୍ୟାଙ୍ଗ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାର ବି ଅଭିଯୋଗ ହୋଇଛି।
ଏବେ ଶ୍ରୀମନ୍ଦିରରେ ଗୋଟିଏ ଦ୍ୱାର ଖୋଲା ରହିଥିବାରୁ ସେହି ଦ୍ୱାର ଦେଇ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି। ଏହା ଦ୍ୱାରା ପ୍ରବଳ ଗହଳି ହେଉଛି ବୋଲି ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ, କାଳିଆ ସାଆନ୍ତଙ୍କ ସୁନାବେଶ ଦେଖିବାକୁ ଶୁକ୍ରବାର ପୁରୀରେ ଭକ୍ତମାନଙ୍କ ପ୍ରବଳ ଜନସମାଗମ ହୋଇଥିଲା। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେତୁ ସିଂହଦୁଆର ଆଗରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଉପରେ ମୁଣ୍ଡ ଫଟା ଖରା ଓ ପାଦତଳେ ବଡ଼ଦାଣ୍ଡର ତତଲା ରାସ୍ତା ଭକ୍ତଙ୍କୁ ଡହଳବିକଳ କରିଥିଲା। ମୁଣ୍ଡ ଗୁଞ୍ଜିବାକୁ ଛାଇ ଟିକେ ମିଳିଲାନି। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦର୍ଶନ ପାଇଁ ଆସି ଡହଡହ ଖରାରେ ଅତିଷ୍ଠ ହୋଇଥିଲେ।
ବଡ଼ଦାଣ୍ଡରେ ପ୍ରାୟ ଦେଢ଼ କିଲୋମିଟର ବ୍ୟାପି ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଏଥିରେ ଅତିଷ୍ଠ ହୋଇ, ବ୍ୟାରିକେଡ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଭକ୍ତ ଧସେଇ ପଶିଥିବା ଭଳି ଘଟଣା ଘଟିଥିଲା। ଏହାଫଳରେ ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି ଉପୁଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe