ବୀରମିତ୍ରପୁର ଓ ପୁରୀ ହାଜତ ମୃତ୍ୟୁ ମାମଲା ଉପରେ ପୁଲିସ ଡିଜିଙ୍କ ପ୍ରତିକ୍ରିୟା: ଏନଏଚଆରସି ଗାଇଡଲାଇନ ଅନୁସାରେ ନିରପେକ୍ଷ ତଦନ୍ତ କରାଯାଉଛି

ବୀରମିତ୍ରପୁର ଓ ପୁରୀ ହାଜତ ମୃତ୍ୟୁ ମାମଲା ଉପରେ ପୁଲିସ ଡିଜିଙ୍କ ପ୍ରତିକ୍ରିୟା: ଏନଏଚଆରସି ଗାଇଡଲାଇନ ଅନୁସାରେ ନିରପେକ୍ଷ ତଦନ୍ତ କରାଯାଉଛି

ରାଉରକେଲା: ବୀରମିତ୍ରପୁର ଓ ପୁରୀ ହାଜତ ମୃତ୍ୟୁ ମାମଲା ଉପରେ ପୁଲିସ ଡିଜି ଅଭୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏନଏଚଆରସି ଗାଇଡଲାଇନ ଅନୁସାରେ ମାମଲାର ନିରପେକ୍ଷ ତଦନ୍ତ କରାଯାଉଛି। ସବୁ ଦିଗକୁ ତଦନ୍ତ ପରିସରକୁ ନିଆଯାଇଛି।
ସୂଚନାଯୋଗ୍ୟ, ଗତକାଲି ବୀରମିତ୍ରପୁର ଥାନାରେ ଅଟକ ଥିବା ଯୁବକଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କିନ୍ତୁ ଅଭିଯୁକ୍ତର ହାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଓ ସମ୍ପର୍କୀୟ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଘେରାଉ କରିଥିଲେ।

publive-image

ସେମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଖବର ପାଇ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲେl କିନ୍ତୁ ଅଭିଯୁକ୍ତଜଣକ କେଉଁ ଅପରାଧରେ ଗିରଫ ହୋଇଥିଲା, ପୁଲିସ ତାହା ସ୍ପଷ୍ଟ କରିନାହିଁ l ପରିସ୍ଥିତିକୁ ଦେଖି ଏବେ ଥାନା ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛିl

ଏଣେ ପୁରୀରୁ ଆସିଛି ହାଜତ ମୃତ୍ୟୁର ସଙ୍ଗୀନ୍ ଅଭିଯୋଗ। ହାଜତରେ ପୁଲିସ୍‌ ଜଣେ ଯୁବକକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକର ପରିବାର ଲୋକ । ମୃତ ଯୁବକ ଜଣକ ହେଉଛନ୍ତି ଲୋକନାଥ ରୋଡ୍ ଫାଦର ସ୍କୁଲ ଅଂଚଳର କେ.ଆରେୟା । ବୟସ ୩୩ ବର୍ଷ । ଗତକାଲି ରାତିରେ ପୁଲିସ ତାକୁ ଉଠାଇ ଆଣି ପଚରାଉଚରା କରୁଥିଲା । ଆଜି ସକାଳେ ତାର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe