ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ,ଶ୍ରୀଜଗନ୍ନାଥ ସେନାର ଆବାହାକ ପ୍ରିୟଦର୍ଶନ ପଟ୍ଟନାୟକ ଗିରଫ

Advertisment
ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ,ଶ୍ରୀଜଗନ୍ନାଥ ସେନାର ଆବାହାକ ପ୍ରିୟଦର୍ଶନ ପଟ୍ଟନାୟକ ଗିରଫ

ପୁରୀ: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି। ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ପୁଲିସ ଶ୍ରୀଜଗନ୍ନାଥ ସେନାର ଆବାହାକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଅଟକ ରଖିଛି। ବିଶେଷ କରି ବନ୍ଦ ପୂର୍ବରୁ ଶ୍ରୀ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରିବା ଘଟଣାରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବନ୍ଦ ଯୋଗୁଁ ପୁରୀ ସହରର ଦୋକାନବଜାର ବନ୍ଦ ରହିଛି।

publive-image
ଶ୍ରୀଜୀଉମାନଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ଏଥିରେ ଭକ୍ତମାନଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ଧାଡ଼ିଦର୍ଶନ ବ୍ୟବସ୍ଥା ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀ ବନ୍ଦ ଡାକରା ଦିଆଯାଇଛି। ସାମ୍ବାଦିକଙ୍କୁ ମାଡ଼, ରତ୍ନଭଣ୍ଡାର ଚାବି ହଜିବା ଓ ବ୍ରହ୍ମବିଭ୍ରାଟ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ର ଆବାହକ ଶ୍ରୀ ପଟ୍ଟନାୟକ କହିଥିଳେ। ତେବେ ଆଜି ପୁଲିସ ସକାଳୁ ଶ୍ରୀ ପଟ୍ଟନାୟକଙ୍କୁ ଗିରଫ କରି ନେଇଥିଲେ ମଧ୍ୟ ପୁରୀରେ ବନ୍ଦ ପାଳିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe