ପୁରୀ: ନାଳରେ ପଡ଼ି ସାତ ବର୍ଷିୟ ବାଳକ ମୃତ; ପ୍ରତିବାଦରେ ଟାୟାର୍‌ ଜାଳି ରାସ୍ତା ଅବରୋଧ

ପୁରୀ: ନାଳରେ ପଡ଼ି ସାତ ବର୍ଷିୟ ବାଳକ ମୃତ; ପ୍ରତିବାଦରେ ଟାୟାର୍‌ ଜାଳି ରାସ୍ତା ଅବରୋଧ

ପୁରୀ: ବୁଧବାର ସକାଳେ ପେଣ୍ଠକଟା ମେରାଇନ୍‌ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟରେ ଥିବା ଏକ ଡ୍ରେନ୍‌ରୁ ଜଣେ ବାଳକର ଶବ ଉଦ୍ଧାର କରାଯାଇଛି।

ଗଣେଶ ନାମକ ସେ ୭ ବର୍ଷିୟ ବାଳକ ହେଉଛି ଗୋପାଳପୁର ଗ୍ରାମ ନିବାସୀ ପ୍ରକାଶ ନାୟକଙ୍କ ପୁଅ। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗଣେଶକୁ ତା’ର ମାଆ ଚା ପତି କିଣିବାକୁ ସେ ଅଞ୍ଚଳରେ ଥିବା କୌଣସି ଦୋକାନକୁ ପଠାଇଥିଲେ। କିନ୍ତୁ, ସେ ଆଶା କରାଯାଉଥିବା ସମୟ ମଧ୍ୟରେ ନ ଫେରିବାରୁ, କେଉଁଠି ଖେଳକୁଦ କରୁଥିବ ବୋଲି ପରିବାର ଲୋକେ ଭାବିଥିଲେ। ରାତି ବଢ଼ି ଚାଲିଲା ତଥାପି ଗଣେଶ ନ ଫେରିବାରୁ ଘର ଲୋକେ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ତା’ର ଟେର୍‌ ପାଇ ନ ଥିଲେ।

ଆଜି ସକାଳେ ସ୍ଥାନୀୟ ଲୋକେ ସେ ଅଞ୍ଚଳର ଏକ ଡ୍ରେନ୍‌ରେ ଗଣେଶର ଶବ ଦେଖି ତାକୁ ଖୋଜୁଥିବା ତା’ର ବାପା ମାଆଙ୍କୁ ଖବର ଦେଇଥିଲେ।

ଗଣେଶ ଅଙ୍ଗନବାଡ଼ିରେ ପଢୁଥିଲା।

publive-image

ଡ୍ରେନ୍‌ରୁ ଶବ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଲୋକେ ଏ ଭଳି ବିୟୋଗାନ୍ତ ଘଟନାରେ ଶୋକାଭିଭୂତ ହେବା ସହ ଉତ୍ତେଜିତ ହୋଇ ପଡ଼ିଛନ୍ତି।
ଡ୍ରେନ୍‌ କାହିଁକି ଦିନ ଦିନ ଧରି ଖୋଲା ରହିଛି ଏବଂ ବାଳକଟିର ମୃତ୍ୟୁ ନିମନ୍ତେ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ବାଲିଘାଟ ଛକରେ ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଛନ୍ତି।

ଖବର ପାଇ ପେଣ୍ଠକଟା ମେରାଇନ୍‌ ପୁଲିସ ଘଟଣାସ୍ଥରେ ପହଞ୍ଚିଛି, କିନ୍ତୁ ଏ ଯାବତ୍‌ କୌଣସି ପ୍ରଶାସନିକ ଅଧିକାରୀ ଘଟନାସ୍ଥଳକୁ ଯାଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe