ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ସ୍ୱଚ୍ଛ ଭାରତ ମିସନ୍’ ଅଧୀନରେ ପୁରୀ ସହରକୁ ସ୍ୱଚ୍ଛତା ସଙ୍କେତ ଭାବେ ବିକଶିତ କରାଯିବ। ଦେଶର ଐତିହାସିକ,ପର୍ଯ୍ୟଟନ ଓ ଧାର୍ମିକ ମହତ୍ତ୍ୱ ଥିବା ୧୭ଟି ରାଜ୍ୟର ୨୦ଟି ସହରକୁ କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଚିହ୍ନଟ କରିଛି। ଏହି ୨୦ଟି ସହର ମଧ୍ୟରେ ପୁରୀ ସ୍ଥାନ ପାଇଛି। ଏହି ତାଲିକାଭୁକ୍ତ ଅନ୍ୟ ସହର ଗୁଡ଼ିକ ମଧ୍ୟରେ ଅଛି ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ମହାକାଳେଶ୍ୱର ମନ୍ଦିର, ଜମ୍ମୁ-କଶ୍ମୀରସ୍ଥିତ ବୈଷ୍ଣୋ ଦେବୀ ମନ୍ଦିର, ଆନ୍ଧ୍ରପ୍ରଦେଶର ତିରୁମାଳା-ତିରୁପତି, ତାମିଲନାଡ଼ୁର ମିନାକ୍ଷୀ ମନ୍ଦିର, ରାଜସ୍ଥାନର ଆଜମେର ସ୍ଥିିତ ସରିଫ୍ ଦରଗାହ, ପଞ୍ଜାବର ଅମୃତସରସ୍ଥିତ ସ୍ୱର୍ଣ୍ଣମନ୍ଦିର, ଆସାମର କାମାକ୍ଷୀ ଦେବୀ ମନ୍ଦିର, ୟୁପିର ବାରଣାସୀ ସ୍ଥିତ ମଣିକର୍ଣ୍ଣିକା ଘାଟ, ଗୋଆର ଚର୍ଚ୍ଚ ଅଫ ସେଣ୍ଟ ପ୍ରାନ୍ସିସ୍ ଅଫ୍ ଆସ୍ସି, ଗୁଜରାଟର ସୋମନାଥ ମନ୍ଦିର, କର୍ଣ୍ଣାଟକର ଗୋମତେଶ୍ୱର ମୂର୍ତ୍ତି, କେରଳର ଏର୍ଣ୍ଣାକୁଲମ ସ୍ଥିତ କାଲାଡ଼ି, ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର, ବିହାରର ଗୟା ତୀର୍ଥ, ଝାଡ଼ଖଣ୍ଡର ଦେବଘର ସ୍ଥିିତ ବୈଦ୍ୟେନାଥ ମନ୍ଦିର, ହାଇଦ୍ରାବାଦର ଚାର୍ମିନାର, ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲ୍ ଓ ଆଗ୍ରାର ତାଜମହଲ। ସ୍ୱଚ୍ଛତା ଦୃଷ୍ଟିରୁ ଏସବୁ ସ୍ଥାନକୁ ବିଶ୍ୱସ୍ତରୀୟ କରାଯିବା ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ। ଚଳିତବର୍ଷ ଶେଷସୁଦ୍ଧା ଏହି ଯୋଜନାର ସଫଳ ରୂପାୟନ କରାଯିବ ବୋଲି ଜଣାପଡ଼ିଛି।
ସ୍ୱଚ୍ଛତା ସଙ୍କେତ ରୂପେ ବିକଶିତ ହେବ ପୁରୀ ସହର
Advertisment
Follow Us