ପୁରୀ-ଦିଲ୍ଲୀ ଟ୍ରେନ୍‌ ଫକୀରମୋହନଙ୍କ ନାଁରେ ନାମିତ ହେଉ: ପ୍ରତାପ

ଡିଆରଡିଓ ସହାୟତାରେ କୋଭିଡ୍‌ ହସ୍‌ପିଟାଲ ପ୍ରତିଷ୍ଠା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

odishasuntimes.com

ବାଲେଶ୍ବର : ବାଲେଶ୍ବର ଷ୍ଟେସନ ଏବଂ ପୁରୀ-ଦିଲ୍ଲୀ ଟ୍ରେନ୍‌କୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ନାମରେ ନାମିତ କରାଯାଉ। ବୁଧବାର ବିଭିନ୍ନ ଷ୍ଟେସନର ବିକାଶ ପାଇଁ ସାଂସଦଙ୍କୁ ନେଇ କୋଲକାତାସ୍ଥିତ ହୋଟେଲ୍‌ ଗାର୍ଡେନ ରିଚ୍‌ରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ଏଭଳି ପ୍ରସ୍ତାବ ରଖିବା ସହ ବାଲେଶ୍ବର ଜିଲ୍ଲାର ଷ୍ଟେସନ ଗୁଡ଼ିକର ବିକାଶ ପାଇଁ ଆଲୋଚନା କରିଥିଲେ। ଏଥିସହିତ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ବରିଷ୍ଠ ନାଗରିକଙ୍କ ପାଇଁ ପ୍ଲାଟଫର୍ମର ସ୍ତର/ ଉଚ୍ଚତା ବୃଦ୍ଧି କରିବା, ପଥଚାରୀ ବ୍ୟବହାର ପାଇଁ ଉଭୟ ପାର୍ଶ୍ୱରେ କଂକ୍ରିଟ ରାସ୍ତା ନିର୍ମାଣ କରିବା ଆଦି ବିଭିନ୍ନ ବିକାଶ ପାଇଁ ପ୍ରସ୍ତାବ ରଖିଥିଲେ।

ବୈଠକରେ ରେଳବୋର୍ଡ ଅଧ୍ୟକ୍ଷ ତଥା ସାଂସଦ ଦିଲ୍ଲୀପ ଘୋଷ, ଜେନେରାଲ ମ୍ୟାନେଜର୍‌ ଏସ୍‌. ମହାନ୍ତିଙ୍କ ସମତେ ବହୁ ବିଭାଗୀୟ ଅଧିକାରୀ ଓ ସାଂସଦମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe