ଅବ୍ୟବସ୍ଥା ଘେରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ମେଡିକାଲ୍ ଭିତରେ ଭାସୁଛି ଶୌଚ ପାଣି, ଅସ୍ବାସ୍ଥ୍ୟକର ପରିବେଶ ଏବଂ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାରେ ସନ୍ତୁଳି ହେଉଛନ୍ତି ରୋଗୀ ଓ ସେମାନଙ୍କ ପରିବାର

Advertisment
ଅବ୍ୟବସ୍ଥା ଘେରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ମେଡିକାଲ୍ ଭିତରେ ଭାସୁଛି ଶୌଚ ପାଣି, ଅସ୍ବାସ୍ଥ୍ୟକର ପରିବେଶ ଏବଂ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାରେ ସନ୍ତୁଳି ହେଉଛନ୍ତି ରୋଗୀ ଓ ସେମାନଙ୍କ ପରିବାର

ପୁରୀ : ଯେତେ ତାଗିଦ୍ କଲେ ବି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ୟବସ୍ଥା ବଦଳୁନି। ଅସ୍ବାସ୍ଥ୍ୟକର ପରିବେଶ ଏବଂ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାରେ ସନ୍ତୁଳି ହେଉଛନ୍ତି ରୋଗୀ ଓ ସେମାନଙ୍କ ପରିବାର। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛି ନିକଟରେ ଉଦ୍‌ଘାଟିତ ହୋଇଥିବା ମାତୃ ଓ ଶିଶୁ ମଙ୍ଗଳ ଚିକିତ୍ସାଳୟ।

ଆରମ୍ଭରୁ ବିବାଦ ଭିତରେ ରହିଥିବା ବହୁତଳ ପ୍ରାସାଦ ବିଶିଷ୍ଟ ଏହି ଚିକିତ୍ସାଳୟ ଆଜି ବି ଅବ୍ୟବସ୍ଥାରୁ ବାହାରିପାରିନି। କେବଳ ଶିଶୁ ଓ ମା’ମାନଙ୍କୁ ଉତ୍ତମ ସେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ଚିକିତ୍ସାଳୟରେ ଗତ କିଛି ଦିନ ହେଲା ଶୌଚାଳୟ ପାଇପ୍ ଫାଟି ମଇଳା ପାଣି ଡାକ୍ତରଖାନା ପରିସରରେ ଭାସୁଛି। ଯାହା ଉଭୟ ମା’ଓ ଶିଶୁଙ୍କ ପାଇଁ ସଂକ୍ରମଣର ଭୟ ସୃଷ୍ଟି କରିଛି। ତଥାପି ଏଥି ପ୍ରତି କାହାରି ଦୃଷ୍ଟି ପଡୁନାହିଁ। ସୂଚନା ମୁତାବକ, ଏହି ଚିକିତ୍ସାଳୟର ପଞ୍ଚମ ମହଲା ଦେଇ ତଳକୁ ଯାଇଥିବା ଶୌଚାଳୟ ପାଇପ୍ ଫାଟି ମଇଳା ପାଣି ବହୁଦିନରୁ ଗଳୁଛି। ଯାହା ମେଡିକାଲ୍ ପରିସରରେ ଭାସୁଛି। ପଞ୍ଚମ ମହଲାରେ ଥିବା ମହିଳା ଶୌଚାଳୟ ସମ୍ମୁଖରେ ପାଇପ୍ ଫାଟିଥିବାରୁ ଉପର ଛାତର ସବୁ ଶୌଚ ପାଣି ଶୌଚାଳୟ ସମ୍ମୁଖରେ ଗଳୁଛି। ଫଳରେ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଶୌଚ ପାଇଁ ଯିବାରେ ଅସୁବିଧା ହେଉଛି। ସବୁଠୁ ବଡ଼ କଥା ହେଲା ସଂକ୍ରମଣ ଭୟ। କାରଣ ଏହି ରାସ୍ତା ଦେଇ ପ୍ରସୂତିମାନେ ଶୌଚ ପାଇଁ ଯାଉଛନ୍ତି। ସେମାନେ ଯଦି ଅନ୍ୟ ରୋଗୀମାନଙ୍କ ଶୌଚ ପାଣି ଦେଇ ଯାଆସ କରିବେ, ତେବେ ସେମାନଙ୍କୁ ଅନ୍ୟ କିଛି ରୋଗ ସଂକ୍ରମଣ କରିପାରେ। ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe