ପାରାଦୀପରେ ପୁରୀ ଜିଲ୍ଲା ଥାନା ଇନ୍ସପେକ୍ଟରଙ୍କ ଦାଦାଗିରି : ଗେ‌ଷ୍ଟ ହାଉସରେ ରୁମ୍ ଦେବାକୁ କର୍ମଚାରୀଙ୍କୁ ଧମକ

ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଭିଡିଓ ଭାଇରାଲ ମାମଲା : ଓଟିଭି ସାମ୍ବାଦିକଙ୍କୁ ୪ ଘଣ୍ଟା ଜେରା

radio.wosu.org

ଜଗତସିଂହପୁର : ପାରାଦୀପରେ ପୁରୀ ଜିଲ୍ଲାରେ କାର୍ଯ୍ୟରତ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ଦାଦାଗିରି ଏବେ ଚର୍ଚ୍ଚାର ବିଷୟ ହୋଇଛି। ପାରାଦୀପ ଲକ୍ ଥାନା ଅଧୀନ ଇଫକୋ ଛକ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ସଂପୃକ୍ତ ପୁଲିସ ଇନ୍ସପେକ୍ଟର ନିଜ ସହଯୋଗୀମାନଙ୍କ ସହ ପହଞ୍ଚି ରୁମ୍‌ ଦେବାକୁ ଧମକ ଦେବା ସହ ପାଟିତୁଣ୍ତ କରିଥିବା ଅଭିଯୋଗ ହୋଇଛି। ଗେଷ୍ଟ ହାଉସରେ ରୁମ୍ ନାହିଁ ବୋଲି କର୍ମଚାରୀ ଜଣକ ପୁଲିସ ବାବୁଙ୍କୁ ଯେତେ ବୁଝାଇଥିଲେ ମଧ୍ୟ ସେ ଶୁଣିନଥିଲେ। ଓଲଟା ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଧମକ ଦେଇଥିଲେ। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାକୁ ନେଇ ହୋଟେଲ ମାଲିକଙ୍କ ପକ୍ଷରୁ ପାରାଦୀପ ଲକ୍ ଥାନାରେ ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ପୁଲିସ ସହ ଆସିଥିବା ପାରାଦୀପଗଡ଼ ଅଂଚଳର ଜଣେ ଟ୍ରକ୍ ମାଲିକଙ୍କୁ ଉକ୍ତ ହୋଟେଲ କର୍ମଚାରୀମାନେ ଚିହ୍ନିଥିବାରୁ ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି।

ହୋଟେଲ ମାଲିକଙ୍କ ଅଭିଯୋଗ ମୁତାବକ, ଗତକାଲି ରାତି ପ୍ରାୟ ୩ଟା ୩୦ରେ ଚାରି ଜଣ ଯୁବକ ଏକ କାର୍‌ରେ ହୋଟେଲ ପାଖରେ ପହଞ୍ଚି ରୁମ୍‌ରେ ରହିବା ପାଇଁ କହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପୁରୀ ଜିଲ୍ଲା ପୁଲିସ ଇନ୍ସପେକ୍ଟର ବୋଲି ନିଜକୁ ପରିଚୟ ଦେଇଥିଲେ। ଯେହେତୁ ଉକ୍ତ ଗେଷ୍ଟ ହାଉସରେ ରୁମ୍ ନଥିଲା, ତେଣୁ ହୋଟେଲ କର୍ମଚାରୀ ରୁମ୍ ଦେବା ପାଇଁ ରାଜି ହୋଇନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଲିସ ବାବୁ ଜଣକ କିଏ କିଏ ରୁମ୍ ନେଇଛନ୍ତି ବୋଲି ରେଜିଷ୍ଟର ଦେଖାଇବା ପାଇଁ କହିଥିଲେ। ମାତ୍ର ହୋଟେଲ କର୍ମଚାରୀ ଜଣକ ରାଜି ନ ହେବାରୁ ପୁଲିସ ବାବୁ ଜଣକ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ କାରରେ ଥିବା ପାଇପ୍‌ ଆଣି ପିଟିବାକୁ ଧମକ ଦେଇଥିଲେ। ଫଳରେ ଭୟରେ ହୋଟେଲ କର୍ମଚାରୀ ରେଜିଷ୍ଟର ଦେଖାଇଥିଲେ। ରେଜିଷ୍ଟର ଦେଖିବା ପରେ ସମସ୍ତେ ସେଠାରୁ ଚାଲିଯାଇଥିଲେ। ଆଜି ସକାଳୁ ହୋଟେଲ ମାଲିକ ଏ ନେଇ ପାରାଦୀପ ଲକ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗତକାଲି ଘଟଣା ବେଳେ ଉପସ୍ଥିତ ଥିବା ଉକ୍ତ ଟ୍ରକ୍ ମାଲିକଙ୍କୁ ଫୋନ୍ ଯୋଗେ ଥାନାକୁ ଆସିବା ପାଇଁ କହିଥିଲା। କିନ୍ତୁ ଏଯାଏ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe