ଚିନ୍ତାଜନକ ସ୍ଥିତିରେ ପୁରୀ, ଗଜପତି ଓ ନୂଆପଡ଼ା: ସ୍ବାଭାବିକଠାରୁ ୨୦% କମ୍‌ ବର୍ଷା

Advertisment

ସକ୍ରିୟ ମୌସୁମୀ ବାୟୁ, ଲଘୁଚାପ ଓ ଘୂର୍ଣ୍ଣିବଳୟ ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ପ୍ରଭାବରେ ରାଜ୍ୟରେ ଜୁନ୍‌ ୧ରୁ ଜୁଲାଇ ୧୭ ପର୍ଯ୍ୟନ୍ତ ୨୩%ରୁ ଅଧିକ ବର୍ଷା ହୋଇଛି। ସୁନ୍ଦରଗଡ଼, ଦେବଗଡ଼ ଓ ମୟୂରଭଞ୍ଜରେ ବି ସ୍ବାଭାବିକଠାରୁ ଯଥାକ୍ରମେ ୭୭%, ୬୭% ଓ ୬୭% ଅଧିକ ବର୍ଷା ହୋଇଛି।

ସକ୍ରିୟ ମୌସୁମୀ ବାୟୁ, ଲଘୁଚାପ ଓ ଘୂର୍ଣ୍ଣିବଳୟ ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ପ୍ରଭାବରେ ରାଜ୍ୟରେ ଜୁନ୍‌ ୧ରୁ ଜୁଲାଇ ୧୭ ପର୍ଯ୍ୟନ୍ତ ୨୩%ରୁ ଅଧିକ ବର୍ଷା ହୋଇଛି। ସୁନ୍ଦରଗଡ଼, ଦେବଗଡ଼ ଓ ମୟୂରଭଞ୍ଜରେ ବି ସ୍ବାଭାବିକଠାରୁ ଯଥାକ୍ରମେ ୭୭%, ୬୭% ଓ ୬୭% ଅଧିକ ବର୍ଷା ହୋଇଛି।

rain

ଭୁବନେଶ୍ବର: ସକ୍ରିୟ ମୌସୁମୀ ବାୟୁ, ଲଘୁଚାପ ଓ ଘୂର୍ଣ୍ଣିବଳୟ ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ପ୍ରଭାବରେ ରାଜ୍ୟରେ ଜୁନ୍‌ ୧ରୁ ଜୁଲାଇ ୧୭ ପର୍ଯ୍ୟନ୍ତ ୨୩%ରୁ ଅଧିକ ବର୍ଷା ହୋଇଛି। ସୁନ୍ଦରଗଡ଼, ଦେବଗଡ଼ ଓ ମୟୂରଭଞ୍ଜରେ ବି ସ୍ବାଭାବିକଠାରୁ ଯଥାକ୍ରମେ ୭୭%, ୬୭% ଓ ୬୭% ଅଧିକ ବର୍ଷା ହୋଇଛି। ସାରା ରାଜ୍ୟରେ ଭଲ ବର୍ଷା ହୋଇଥିବାରୁ ଏହା ଚାଷକୁ ସୁହାଇଛି। କିନ୍ତୁ ଚିନ୍ତାଜନକ ସ୍ଥିତିରେ ରହିଛି ରାଜ୍ୟର ୩ ଜିଲ୍ଲା ଯଥା ପୁରୀ, ଗଜପତି ଓ ନୂଆପଡ଼ା। ଏଠାରେ ନିଅଣ୍ଟ ବର୍ଷା ରେକର୍ଡ ହୋଇଛି। ପୁରୀରେ ବର୍ତ୍ତମାନ ସୁଦ୍ଧା ୨୩୫.୭ ମିମି ବର୍ଷା ହୋଇଛି। ଯାହାକି ସ୍ବାଭାବିକଠାରୁ ୨୪% କମ୍‌। ସେହିଭଳି ଗଜପତିରେ ହୋଇଛି ୨୨୪.୬ ମିମି ବର୍ଷା, ଯାହାକି ୨୭% କମ୍‌ ଓ ନୂଆପଡ଼ାରେ ୩୩% କମ୍‌ ବର୍ଷା ଅର୍ଥାତ୍‌ ୨୪୩ ମିମି ବର୍ଷା ହୋଇଛି। ବର୍ଷା କମ୍‌ ଯୋଗୁଁ ସେଠାର ଚାଷ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଇଛି। 

ଅନ୍ୟପଟେ, ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ପୂର୍ବାହ୍ନରେ ଖରା ଓ ଅପରାହ୍ଣରେ ବର୍ଷା ଜାରି ରହିଛି। ଆଜି ସାରା ରାଜ୍ୟରେ ସକାଳୁ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ବି ହୋଇଥିଲା। ଅପରାହ୍ଣରେ ପାଗ ମେଘୁଆ ହେବା ସହ କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଏହିଭଳି ପାଗ ଜାରି ରହିବ। ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଓ ବାଲେଶ୍ବର ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଣୁ ଏହିସବୁ ଜିଲ୍ଲା ପାଇଁ ‌ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  ଏଥିସହ ୧୯ ତାରିଖ ଦିନ ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ଗଜପତିରେ ପ୍ରବଳ ବର୍ଷା ହେବା ସହ ପଶ୍ଚିମ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଣୁ ଏହି ସମସ୍ତ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe