କରୋନା ନେଇ ଗଜପତିଙ୍କ ଚିନ୍ତା : ମହାପ୍ରଭୁଙ୍କ କୃପାରୁ ଅତିଶୀଘ୍ର ଟଳିଯାଉ

Advertisment

ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ

ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ

ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ଡାକ ଶୁଣିଲେ : ଗଜପତି ମହାରାଜା

odishanewsinsight.com

ଭୁବନେଶ୍ବର : ମାରାତ୍ମକ ଭୂତାଣୁ କରୋନା ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ାଇଦେଲଣି। ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ୨୧ଦିନିଆ ଲକ୍‌ଡାଉନ୍‌ ଆସନ୍ତା ୧୪ରେ ଶେଷ ହେବାକୁ ଥିବାବେଳେ ରାଜ୍ୟ ସରକାର ତା ପୂର୍ବରୁ କ୍ୟାବିନେଟ ଅନୁମୋଦନ ଆଧାରରେ ଏହି ସମୟସୀମାକୁ ଏପ୍ରିଲ ୩୦ ଯାଏ ବଢ଼ାଇଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ୱାଗତ କରିଛନ୍ତି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବିପଦ ଟଳିଯିବ ବୋଲି ମହାରାଜା ଆଶା ପ୍ରକାଶ କରିଛନ୍ତି। ଗଜପତି ମହାରାଜା ଏକ ବାର୍ତ୍ତାରେ କହିଛନ୍ତି, କରୋନା ଭାଇରସ୍‌ର ଭୟାବହତା ଦୃଷ୍ଟିରୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ଏପ୍ରିଲ୍ ୩୦ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି; ଯାହାକି ସ୍ୱାଗତଯୋଗ୍ୟ ନିଷ୍ପତ୍ତି। ଏହି ନିୟମକୁ ସମସ୍ତେ ଆନ୍ତରିକତାର ସହ ପାଳନ କରିବା ଉଚିତ। ଏଥିସହ ସାରା ବିଶ୍ୱବାସୀଙ୍କ ପାଇଁ ଗଜପତି ମହାରାଜ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିଜେ ଗଜପତି ସପରିବାର ବିଦେଶରୁ ଫେରି କ୍ବାରାଣ୍ଟିନରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe