ଝିଅ, ଜ୍ୱାଇଁଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି

Advertisment
ଝିଅ, ଜ୍ୱାଇଁଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି

ପୁରୀ : ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଗଜପତି ମହାରାଜ ଝିଅ, ଜ୍ବାଇଁ, ନାତୁଣୀ, ସମୁଦି ଓ ସମୁଦୁଣୀଙ୍କ ସହ ଦକ୍ଷିଣଦ୍ବାର ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁନର୍ବାର ଦକ୍ଷିଣଦ୍ବାର ଦେଇ ଫେରି ଆସିଛନ୍ତି। ଆଜି ମହାରାଜ ଘଣ୍ଟାଏରୁ ଅଧିକ ସମୟ ଶ୍ରୀମନ୍ଦିରରେ ବିତାଇଥିଲେ। ଦକ୍ଷିଣଦ୍ବାର ଦେଇ ପ୍ରବେଶ ପରେ ମହାରାଜ ପ୍ରଥମେ ବଟଗଣେଶଙ୍କୁ ଦର୍ଶନ କରିଥିଲେ। ପରେ ଗରୁଡ଼ ସ୍ତମ୍ଭ ଦେଇ ରତ୍ନ ସିଂହାସନ ନିକଟକୁ ଯାଇଥିଲେ। ସେଠାରେ ପ୍ରଥମେ ବଡ଼ଠାକୁର ବଳଭଦ୍ର, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ‌ଶେଷରେ ମା’ ସୁଭଦ୍ରାଙ୍କୁ ପ୍ରଣାମ କରି ରତ୍ନ ସିଂହାସନ ପରିକ୍ରମା କରିଥିଲେ। ଏହି ସମୟରେ ଝିଅ, ଜ୍ବାଇଁ ଓ ଅନ୍ୟମାନେ ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ‌ପରେ ବେହରଣ ଦ୍ବାର ଦେଇ ବାହାରକୁ ବାହାରିବା ପରେ ବେଢ଼ା ପରିକ୍ରମା କରିଥିଲେ। ମା’ ବିମଳା ଓ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ ପରେ ମୁକ୍ତିମଣ୍ଡପସ୍ଥିତ ଆଦି ନୃସିଂହଙ୍କୁ ଦର୍ଶନ କରିଥିଲେ। ଫେରିବାବେଳେ ପୁନର୍ବାର ବଟଗଣେଶଙ୍କୁ ଦର୍ଶନ କରି ଫେରିଥିଲେ।

ସୂଚନାଥାଉକି, ଯେଉଁ ସମୟରେ ଗଜପତି ମହାରାଜ ରାଜନୀତି କରିବାକୁ ଶ୍ରୀମନ୍ଦିର ଯାଇଥାନ୍ତି, ସେହି ସମୟରେ ସେ ସିଂହଦ୍ବାର ଦେଇ ଯାଇଥାନ୍ତି। ଛେରା ପହଁରାଠାରୁ ଆରମ୍ଭ କରି ଆଦି ସେବକ ଭାବେ ଯାହାକିଛି ସେବା କାର୍ଯ୍ୟ କରିବାକୁ ଯାଇଥାନ୍ତି, ସେହି ସମୟରେ ସିଂହଦ୍ବାର ଦେଇ ଯାଇଥାନ୍ତି। ଅନ୍ୟ ସମୟରେ ଦକ୍ଷିଣଦ୍ବାର ଦେଇ ଗଜପତି ମହାରାଜ ଶ୍ରୀମନ୍ଦିରକୁ ଯାଇଥାନ୍ତି ଓ ସେହି ଦ୍ବାର ଦେଇ ପୁନର୍ବାର ଫେରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe