ପୁରୀ ଗଣଦୁଷ୍କର୍ମ ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ

Advertisment

ଅନ୍ୟ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌

ଅନ୍ୟ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌

ପୁରୀ ଗଣଦୁଷ୍କର୍ମ ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ

photo-aajtak

ପୁରୀ: ପୁରୀ ଗଣଦୁଷ୍କର୍ମ ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ପସକୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ନିମାପଡ଼ାରୁ ନେଇ ପୁରୀ ମଧ୍ୟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ପୁରୀର କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଥିଲା। ପୁରୀର ଝାଡ଼େଶ୍ବରୀ କ୍ଲବ୍‌ ନିକଟ ଏକ କ୍ବାଟର୍ସରେ ଏହି ଗଣଦୁଷ୍କର୍ମ ହୋଇଥିବା ସୂଚନା ରହିଛି। ସବୁଠାରୁ ସାଘାତିକ କଥା ହେଲା, ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ସଂସ୍ଲିଷ୍ଟ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୪ ଜଣ ଦୁର୍ବୃତ୍ତ ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ କାକଟପୁରରେ ଛାଡ଼ି ଦେବାକୁ କହି ନିମାପଡ଼ା ବସ୍‌ଷ୍ଟାଣ୍ଡ୍‌ରୁ ଯୁବତୀଙ୍କୁ ଏକ କାର୍‌ରେ ଉଠାଇ ନେଇଥିଲେ। ତେବେ, ଏହି ୪ ଜଣ ଦୁର୍ବୃତ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ପୁଲିସ୍‌ କନ୍‌ଷ୍ଟେବଲ୍‌ ଥିବା ସୂଚନା ମିଲିଥିଲା। ନିମାପଡ଼ାରୁ କାକଟପୁର ଯିବାଲାଗି ପୀଡ଼ିତା  ଅପେକ୍ଷା କରିଥିବା ବେଳେ  କାର୍‌ରେ ତାଙ୍କୁ ଲିଫ୍ଟ ଦେବା ବାହାନାରେ  ପୁରୀ ନେଇ ସେଠାରେ ଦୁଷ୍କର୍ମ କରାଯାଇଥିବା ପୀଡିତା ଅଭିଯୋଗ କରିଥିଲେ ।

ଗଣଦୁଷ୍କର୍ମ ପରେ ଯୁବତୀ ଜଣକ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ। ନିମାପଡ଼ାରୁ କାକଟପୁର ଯିବା ପାଇଁ ଯୁବତୀ ଜଣକ ବସ୍‌ଷ୍ଟାଣ୍ଡ୍‌ରେ ଯିବାକୁ ଅପେକ୍ଷା କରିଥିବା ବେଳେ ୪ ଜଣ ଆସି ତାଙ୍କୁ କାକଟପୁରରେ ଛାଡ଼ିଦେବାକୁ କହି ଗାଡ଼ିରେ ନେଇଥିଲେ ବୋଲି ଯୁବତୀ ଜଣକ ପୁଲିସ୍‌ରେ ଅଭିଯୋଗ ଆଣି କହିଛନ୍ତି। ପୀଡ଼ିତା ଜଣକ ପୁଲିସ୍‌ କର୍ମୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ପୁଲିସ୍ ଜଣକ ହେଉଛନ୍ତି ଜିତେନ୍ଦ୍ର ସେଠୀ। ପୂର୍ବରୁ ବରିଷ୍ଠ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିବା ଓ ନିଶା ସେବନ କରି ଡିୟୁଟିକୁ ଆସିବା ଅଭିଯୋଗରେ ବର୍ଷେ ତଳୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe