ବାତ୍ୟା ‘ତିତ୍‌ଲି’ ପରେ ଆସନ୍ତାକାଲି ଠାରୁ ଚାଲିବ ପୁରୀ-ଗୁଣୁପୁର ଓ ବିଶାଖାପାଟଣା-ଗୁଣୁପୁର ପାସେଞ୍ଜର ଟ୍ରେନ

Advertisment
ତିତଲି ପ୍ରଭାବ: ୧୬ଟି ଟ୍ରେନ ବାତିଲ, ବହୁ ଟ୍ରେନ୍‌ର ସମୟ ପରିବର୍ତ୍ତନ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତର ସମ୍ମୁଖୀନ ହୋଇଛି। ବାତ୍ୟା ଓ ବନ୍ୟା ପ୍ରଭାବରେ ପୂର୍ବତଟ ରେଳପଥର ମଧ୍ୟ ବହୁ କ୍ଷତିଗ୍ରସ୍ତ ହୋଇଛି। କିଛି ଟ୍ରେନ୍‌ ଚଳାଚଳରେ ମଧ୍ୟ ବାଧା ପହଞ୍ଚିଛି। ମାତ୍ର ରେଳବାଇ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଶେଷ କରିଛି।

ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ‘ତିତିଲି’ ବାତ୍ୟା କ୍ଷତିଗ୍ରସ୍ତ ନୂଆପଡ଼ା-ଗୁଣୁପୁର ରେଳ ଲାଇନ ମରାମତି କାର୍ଯ୍ୟ ଶେଷ ହୋଇଛି। କ୍ଷତିଗ୍ରସ୍ତ ଟ୍ରାକ ଉପରେ ପରୀକ୍ଷାମୂଳକ ଭାବରେ ପ୍ରଥମେ ଖାଲି ଇଞ୍ଜିନ ଓ ପରେ ଗୋଟିଏ ଟ୍ରେନ ଚଳାଚଳ କରିଛି।

କ୍ଷତିଗ୍ରସ୍ତ ଅଞ୍ଚଳରେ ମରାମତି କାମ ଶେଷ ହେବା ପରେ ୨୦୧୮ ଅକ୍ଟୋବର ୨୪ (ବୁଧବାର) ଠାରୁ ଟ୍ରେନ ସେବା ସ୍ୱାଭାବିକ ହେବ। ପୁରୀ-ଗୁଣୁପୁର ଓ ବିଶାଖାପାଟଣା-ଗୁଣୁପୁର ପାସେଞ୍ଜର ଟ୍ରେନ ଅକ୍ଟୋବର ୨୪ରୁ ଚଳାଚଳ କରିବ। ରାଉରକେଲା - ଗୁଣୁପୁର ରାଜ୍ୟରଣୀ ଏକ୍ସପ୍ରେସ ଅକ୍ଟୋବର ୨୮ରୁ ନିୟମିତ ଭାବେ ଚଳାଚଳ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe