୨୨ରୁ ପୁରୀ -ଗୁଣୁପୁର ସ୍ବତନ୍ତ୍ର ଟ୍ରେନ୍

Advertisment
ପୂର୍ବତଟ ରେଳପଥ ମଧ୍ୟ ଦେଇ ଚାଲିବ ଆଉ ୨ଟି ଟ୍ରେନ

NewsTrend

ଭୁବନେଶ୍ବର : ଆସନ୍ତା ଏପ୍ରିଲ ୨୨ତାରିଖରୁ ପୁରୀରୁ ଗୁଣୁପୁର ଓ ୨୩ତାରିଖରୁ ଗୁଣୁପୁରରୁ ପୁରୀ ମଧ୍ୟରେ ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

୦୮୪୧୭ ପୁରୀ-ଗୁଣୁପୁର ସ୍ପେସାଲ୍ ପୁରୀରୁ ଏପ୍ରିଲ ୨୨ରୁ ପ୍ରତିଦିନ ସକାଳ ୯ଟା ୩୦ରେ ବାହାରି ଗୁଣୁପୁରରେ ରାତି ୮ଟା ୫୦ରେ ପହଞ୍ଚିବ। ଟ୍ରେନ୍ ୦୮୪୧୮ ଗୁଣୁପୁରରୁ ସକାଳ ୬ଟାରେ ବାହାରି ପୁରୀରେ ଅପରାହ୍ନ ୩ଟା ୪୫ରେ ପହଞ୍ଚିବ। ଏହି ଟ୍ରେନ୍‌ରେ ୬ଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ ଉପଲବ୍ଧ ହେବ। ଏହା ପୁରୀ ଓ ଗୁଣୁପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, କଣାସ ରୋଡ୍, ମୋଟରୀ, ଖୋର୍ଦ୍ଧା ରୋଡ୍, ତାପଙ୍ଗ, ନିରାକାରପୁର, ଭୂଷଣ୍ଡପୁର, କାଳୁପଡ଼ାଘାଟ, କୁହୁଡ଼ି, ଗଙ୍ଗାଧରପୁର, ବାଲୁଗାଁ, ଚିଲିକା, ଖଲ୍ଲିକୋଟ, ରମ୍ଭା, ହୁମ୍ମା, ଗଞ୍ଜାମ, ଛତ୍ରପୁର, ଜଗନ୍ନାଥପୁର, ବ୍ରହ୍ମପୁର, ଗୋଳନ୍ଥରା, ସୁରଲା ରୋଡ୍, ଇଚ୍ଛାପୁରମ୍, ସୋମପେଟା, ମଣ୍ଡାସା ରୋଡ୍, ପଲାସା, ପୁଣ୍ଡି, ନୌପଡା, ଟୀକ୍କାଲି, ପଥପାଟ୍ଟନମ, ପାରଳାଖେମୁଣ୍ଡି, କାଶୀନଗର ଓ ବଂଶଧରା ଷ୍ଟେସନରେ ରହଣି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe