ପୁରୀ-ହାୱଡ଼ା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ

Advertisment

ଟ୍ରାକ ‌ବଦଳାଇବା ବେଳେ ଖସିଗଲା ୩ ବଗି, ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଟ୍ରାକ ‌ବଦଳାଇବା ବେଳେ ଖସିଗଲା ୩ ବଗି, ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ପୁରୀ-ହାୱଡ଼ା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ

ପୁରୀ : ପୁରୀ ଜିଲ୍ଲା ମାଳତୀପାଟପୁର ରେଳଷ୍ଟେସନଠାରେ ପୁରୀ-ହାୱଡ଼ା ଏକ୍ସପ୍ରେସ(୧୨୮୩୮) ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ତିନିଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ୱାସିଂ ଲାଇନ୍‌କୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି। ବଡ଼ ଅଘଟଣ ଘଟିନଥିଲେ ବି ଲାଇନ୍‌ଚ୍ୟୁତ ହେବା ପରେ ତିନି ବଗି ଗୋଟିଏ ପାର୍ଶ୍ବକୁ ଢ଼ଳିରହିଛି। ତିନି ବଗି ଚକ ସହ ଉପରକୁ ଉଠିରହିଛି। ଫଳରେ ଯେକୌଣସି ମୁହୂର୍ତ୍ତରେ ଏହା ଓଲଟି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥିଲା। ରେଳ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଗିଗୁଡ଼ିକୁ ଲାଇନ୍‌ ଉପରକୁ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେପଟେ ପୁରୀ ରେଳ ଷ୍ଟେସନ୍‌କୁ ସଂଯୋଗ କରୁଥିବା ମୁଖ୍ୟ ଟ୍ରାକ୍‌ ଉପରେ ଏହି ଦୁର୍ଘଟଣା ଘଟିଥିବାରୁ ପୁରୀରୁ ଛାଡ଼ିବା ଓ ପୁରୀକୁ ଆସିବାକୁ ଥିବା ଅନ୍ୟ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ମିଳିଥିବା ସୂଚନା ମୁତାବକ, ଶନିବାର ରାତିରେ ପୁରୀ-ହାୱଡ଼ା ଏକ୍ସପ୍ରେସ ପୁରୀ ରେଳ ଷ୍ଟେସନ୍‌ରୁ ଛାଡ଼ିବାର ଥିଲା। ଏହା ପୂର୍ବରୁ ମାଳତୀପାଟପୁରଠା‌ରେ ଅଟକି ରହିଥିବା ଏହି ଟ୍ରେନ୍‌ ୱାସିଂ ଲାଇନ୍‌କୁ ଯିବା ପାଇଁ ଟ୍ରାକ୍‌ ବଦଳାଇ ପୁରୀ ଅଭିମୁଖେ ଯାଉଥିଲା। ଡ୍ରାଇଭର ଓ ଅନ୍ୟ ସହଯୋଗୀଙ୍କୁ ଛାଡ଼ିଦେଲେ କେହି ଯାତ୍ରୀ ଟ୍ରେନ୍‌ରେ ନଥିଲେ। ଟ୍ରାକ୍‌ ବଦଳାଉଥିବା ବେଳେ ଟ୍ରେନ୍‌ ମଝିରେ ଥିବା ତିନିଟି ବଗି ଯଥା ଏସ୍‌-୧, ଏସ୍‌-୨, ଏସ୍‌-୩ ବଗି ଟ୍ରାକରୁ ଖସିଯାଇଥିଲା। ପରେ ଡ୍ରାଇଭର ଟ୍ରେନ୍‌ ଅଟକାଇ ଦେବାରୁ ଅନ୍ୟ ବଗିଗୁଡ଼ିକ ଓଲଟିବାରୁ ରକ୍ଷା ପାଇଯାଇଥିଲା। ଦୁଇ ଟ୍ରାକ୍‌ର ମଝିରେ ଲାଇନଚ୍ୟୁତ ବଗିଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ବେଳେ ବାକି ଟ୍ରେନ୍‌ ପଛପାର୍ଶ୍ବ ବଗି ଓ ଇଂଜିନ ସଂଲଗ୍ନ ବଗି ଟ୍ରାକ୍‌ରେ ରହିଛି। ଖୋର୍ଦ୍ଧା ଡିଭିଜନର ଡିଭିଜନାଲ୍‌ ମ୍ୟାନେଜର ରିଙ୍କେଶ ରାଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟ୍ରେନ୍‌ଟି ଟ୍ରାକ୍‌ ୨ରେ ଯିବା କଥା। ମାତ୍ର ସର୍ଟିଂ ଲାଇନ୍‌ରେ କିପରି ଏହି ଟ୍ରେନ୍‌ ଯାଉଥିଲା, ତାକୁ ନେଇ ତଦନ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe