ଚାଲିଲା ପୁରୀ-ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍‌

Advertisment
ଭୁବନେଶ୍ୱର-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ ଧକ୍କାରେ ଯୁବକ ମୃତ

ଭୁବନେଶ୍ବର/କଟକ: ବାହାନଗା ଟ୍ରେନ୍‌ ଦୁର୍ଘଟଣା ପାଇଁ ହାଓଡା-ଚେନ୍ନାଇ ମୁଖ୍ୟ ରେଳପଥର ଭଦ୍ରକ-ଖଡ଼ଗପୁର ରେଳପଥ ପ୍ରଭାବିତ ହୋଇଛି। ଏଣୁ ଅନେକ ଲୋକ ପୁରୀରେ ଫସି ରହିଛନ୍ତି। ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ପୁରୀରୁ ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା ହୋଇଛି। ଏହି ରୁଟ୍‌ରେ ତିନିଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ ବୋଲି ରେଳବାଇ ସୂଚନା ଦେଇଛି।

ପୁରୀ-ହାଓଡା ସ୍ପେସାଲ( ଟ୍ରେନ୍‌ ନମ୍ବର-୦୨୮୦୧) ପୁରୀରୁ ସନ୍ଧ୍ୟା ୭ଟା ବେଳେ ବାହାରି ଯଖପୁରା-କେନ୍ଦୁଝରଗଡ଼-ଡୋଙ୍ଗୋପୋଷୀ ଦେଇ ଖଡ଼ଗପୁର ଯିବ। ଏହି ଟ୍ରେନ୍‌ ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ବର, କଟକ, ଯଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, ଡୋଙ୍ଗାପୋଷୀ, ଟାଟା ଷ୍ଟେସନ୍‌ରେ ରହଣୀ କରିବ। ଏଥିରେ ଦୁଇଟି ସ୍ଲିପର କ୍ଲାସ୍‌ ଓ ୬ଟି ଦ୍ବିତୀୟ ଶ୍ରେଣୀ କୋଚ୍‌ ରହିଛି। ଆଜିଠାରୁ ଏହି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିଛି। ଦୁର୍ଘଟଣା ପାଇଁ ଚେନ୍ନାଇ-ସାଲିମାର୍‌ (ଟ୍ରେନ୍‌ ନଂ ୧୨୮୪୦)କୁ ୫ ତାରିଖ ପାଇଁ ବାତିଲ କରାଯାଇଛି। ସେହିଭଳି ଏକାଧିକ ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଛି। ବେଙ୍ଗାଲୁରୁ-ଯଶିଡିହ ଏକ୍ସପ୍ରେସ୍‌ ଅଢ଼େଇ ଘଣ୍ଟା ବିଳମ୍ବ ଅର୍ଥାତ୍‌ ପୂର୍ବାହ୍ନ ୧୨ଟା ୩୦ ମିନିଟ୍‌ରେ ଛାଡ଼ିବାକୁ ରହିଥିବା ବେଳେ ବେଙ୍ଗାଲୁରୁ-ହାଓଡା ଏକ୍ସପ୍ରେସ୍‌ ୨ ଘଣ୍ଟା ୨୫ ମିନିଟ୍‌ ବିଳମ୍ବ ଅର୍ଥାତ୍‌ ଅପରାହ୍ନ ଗୋଟାଏ ବେଳେ ଛାଡ଼ିବ। ଦୂରନ୍ତ(ବେଙ୍ଗାଲୁରୁ-ହାଓଡ଼ା)ଏକ୍ସପ୍ରେସ୍‌ ୨ ଘଣ୍ଟା ୧୦ ମିନିଟ୍‌ ବିଳମ୍ବ ଅର୍ଥାତ୍‌ ଅପରାହ୍ନ ଗୋଟାଏ ୩୦ ମିନିଟ୍‌ରେ ଛାଡ଼ିବ। ହାଓଡା-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ଦେଢ଼ ଘଣ୍ଟା ବିଳମ୍ବରେ ହାଓଡା ଛାଡ଼ିବ। ହାଓଡା-ଚେନ୍ନାଇ ମେଲ୍‌ ହାଓଡା-ପୁଡ଼ୁଚେରି ଏକ୍ସପ୍ରେସ୍‌ ୧ ଘଣ୍ଟା ବିଳମ୍ବରେ ହାଓଡା ଛାଡ଼ିବାକୁ ଥିବା ବେଳେ ସାଲିମାର୍‌-ତ୍ରିଭେନ୍ଦ୍ରମ୍‌ ଏକ୍ସପ୍ରେସ୍‌ ୧ ଘଣ୍ଟା ବିଳମ୍ବରେ ସାଲିମାର୍‌ ଛାଡ଼ିବ। ଏହି ସବୁ ପରିବର୍ତ୍ତନ କେବଳ ୪ ତାରିଖ ପାଇଁ କରାଯାଇଛି। ଆଗକୁ ଯେକୌଣସି ପରିବର୍ତ୍ତନ ବାବଦରେ ଯାତ୍ରୀମାନଙ୍କୁ ଯଥେଷ୍ଟ ସମୟ ପୂର୍ବରୁ ସୂଚନା ଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe