ଭ୍ରମଣ ପାଇଁ ପୁରୀ ଶ୍ରେଷ୍ଠ: ଛୁଟି କଟାଇବାକୁ ବହୁ ଲୋକ ଆଗ୍ରହୀ

ଭ୍ରମଣ ପାଇଁ ପୁରୀ ଶ୍ରେଷ୍ଠ: ଛୁଟି କଟାଇବାକୁ ବହୁ ଲୋକ ଆଗ୍ରହୀ

ନୂଆଦିଲ୍ଲୀ: ଛୁଟିଦିନରେ ନିଜ ପରିବାର ସହ ବିଭିନ୍ନ ସ୍ଥାନ ଭ୍ରମଣ କରିବା ବେଳେ ଲୋକମାନେ ଅଧିକ ପସନ୍ଦ କରୁଥିବା ସ୍ଥାନଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସେହି ତାଲିକାରେ ଓଡ଼ିଶାର ପୁରୀ ସହର ନାମ ରହିଛି। ବୁକିଂ ଡଟ୍‌ କମ୍ ନାମକ ସଂସ୍ଥା ତରଫରୁ ପ୍ରସ୍ତୁତ ଏହି ତାଲିକାର ଶ୍ରେଷ୍ଠ ତିନିଟି ସ୍ଥାନରେ ପୁଡୁଚେରି, ପୁରୀ ଓ ଉଦୟପୁର ରହିଛି। ଚଳିତ ମାସ ୨୩ରୁ ୨୦୨୪ ଜାନୁଆରି ୨ ମଧ୍ୟରେ ଭ୍ରମଣ କରିବା ଲାଗି କଂପାନିର ପ୍ଲାଟ୍‌ଫର୍ମରେ ଲୋକମାନେ ଯେଉଁ ଅନୁସନ୍ଧାନ କରିଥିଲେ ସେହି ଆଧାରରେ କଂପାନି ଏହି ତାଲିକା ପ୍ରସ୍ତୁତ କରିଛି।

ପୁରୀ ଦେଶର ଏକ ପ୍ରମୁଖ ତୀର୍ଥ ସ୍ଥଳ ହୋଇଥିବା ବେଳେ ଏହାର ବେଳାଭୂମି ମଧ୍ୟ ‌ପର୍ଯ୍ୟଟକମାନଙ୍କ ଲାଗି ଅନ୍ୟତମ ଆକର୍ଷଣ। ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ଲାଗି ପୁରୀ ଆସିଥାନ୍ତି। ‌ସହରରେ ହୋଟେଲ୍‌ ରହଣୀର ବ୍ୟବସ୍ଥା ରହିଥିବା ବେଳେ ନୂତନ ଭାବେ ବିକାଶ କରାଯାଇଥିବା ବ୍ଲୁ ଫ୍ଲାଗ୍‌ ବିଚ୍ ବହୁ ଲୋକଙ୍କୁ ଆକୃଷ୍ଟ କରୁଛି। ପୁରୀ ବ୍ୟତୀତ ଲୋକମା‌ନେ ଗୋଆ, ଜୟପୁର, ମୁମ୍ବାଇ, ମନାଲି, ଓଟି, ମୁନାର ଓ ବେଙ୍ଗାଲୁରୁ ବି ଭ୍ରମଣ କରିବାକୁ ଚାହୁଛନ୍ତି। ଅନ୍ୟ ସ୍ଥାନକୁ ଭ୍ରମଣରେ ଯିବା ବେଳେ ଲୋକମାନେ ହୋଟେଲ୍‌ରେ ରହିବାକୁ ହିଁ ପସନ୍ଦ କରୁଛନ୍ତି। କିଛି ଲୋକ ରିସୋର୍ଟ, ଗେ‌‌ଷ୍ଟ ହାଉସ୍, ଭିଲ୍ଲା ଓ ଆପାର୍ଟମେଣ୍ଟ୍‌ ବି ଚୟନ କରୁଛନ୍ତି। ଆନ୍ତର୍ଜାତିକ ଯାତ୍ରୀମାନେ ଭାରତର ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ଜୟପୁର, କୋଚି, ହାଇଦ୍ରାବାଦ, ଉଦୟପୁର, କୋଲକାତା ଓ ଗୋଆ ଭ୍ରମଣ କରିବାକୁ ଚାହୁଛନ୍ତି। ସେହିପରି ଭାରତୀୟ ଯାତ୍ରୀମାନେ ଆନ୍ତର୍ଜାତିକ ସ୍ତରରେ ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ, ୟୁଏଇ ଓ ଜର୍ମାନୀ ଯିବାକୁ ଚାହୁଛନ୍ତି। ବୁକିଂ ଡଟ୍‌ କମ୍‌ର କଣ୍ଟ୍ରି ମ୍ୟାନେଜର ସନ୍ତୋଷ କୁମାର କହିଛନ୍ତି ଯେ ଭ୍ରମଣରେ ଯିବା ବେଳେ ଲୋକମାନେ ଜୀବନକୁ ଅଧିକ ଉପଭୋଗ କରିଥିବା କହୁଛନ୍ତି। ବଡ଼ଦିନ ଉତ୍ସବ ପାଳନ କରିବା ହେଉ କିମ୍ବା ବଡ଼ ସହରର ହୋଟେଲ୍‌ରେ ରହଣୀ ପର୍ଯ୍ୟନ୍ତ ଯାତ୍ରୀମାନେ ବିଭିନ୍ନ ପ୍ରକାରରେ ଛୁଟିଦିନକୁ ପାଳନ କରିବାକୁ ଚାହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe