ମହାପ୍ରଭୁଙ୍କ ନିଆରା ପରମ୍ପରା: ୨୧ ଦିନ ଧରି କୁମାରୀମାନେ କରନ୍ତି ନେତକନ୍ୟା ଉତ୍ସବ

Advertisment
ମହାପ୍ରଭୁଙ୍କ ନିଆରା ପରମ୍ପରା: ୨୧ ଦିନ ଧରି କୁମାରୀମାନେ କରନ୍ତି ନେତକନ୍ୟା ଉତ୍ସବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରହିଛି ଅନେକ ପରମ୍ପରା। ମହାପ୍ରଭୁଙ୍କ ପରମ୍ପରା ଖୁବ୍‌ ନିଆରା। ଆଶ୍ୱିନ ପ୍ରତିପଦଠାରୁ ସେବାୟତ ପରିବାରର ୧୦ ବର୍ଷରୁ କମ କୁମାରୀ କନ୍ୟାମାନେ ୨୧ ଦିନ ବ୍ୟାପି ପାଳନ କରିଥାନ୍ତି ନେତକନ୍ୟା ଉତ୍ସବ। ହରପାର୍ବତୀଙ୍କୁ ପୁଜା କରି ପରିବାରର ମଙ୍ଗଳ ସହିତ ଭଲ ଘର ବର ପାଇବା ପାଇଁ ସେବାୟତଘରର କୁମାରୀଙ୍କର ଏହା ପ୍ରମୁଖ ଉତ୍ସବ।

ଦୁଇ ଶହ ବର୍ଷର କୌଳିକ ପରମ୍ପରା ସହ ଜଡିତ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି। ଏହି ପରମ୍ପରାର ଏକ ଉତ୍ସବ ସେବାୟତ କୁମାରୀଙ୍କ ନେତ ପର୍ବ। ଆଶ୍ୱିନ ପ୍ରତିପଦ ଠାରୁ ସେବାୟତ କୁଳର କୁମାରୀମାନେ ପାଳନ କରିଥାନ୍ତି ୨୧ ଦିନିଆ ନେତ ପର୍ବ। ଝିଅମାନେ ୧୭ ଦିନ ଧରି ଏହି ପୂଜା କରିବା ସହିତ ଅନ୍ୟ ୪ ଦିନ ସୁନ୍ଦର ବେଶଭୁଷା , ପାରମ୍ପରିକ ଗହଣା ପରିଧାନ କରି ମାର୍କଣ୍ଡପୁଷ୍କରୀଣୀ କୂଳରେ ମା ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି।

ପଞ୍ଚମୀ ତିଥିରେ ନେତ କନ୍ୟାମାନେ ଗୁଆଲୀ ବେଶରେ ସଜେଇ ହୋଇଥାନ୍ତି। ସକାଳୁ ସୂର୍ଯ୍ୟଙ୍କୁ ପୂଜା କରି କୁମାରୀମାନେ ପାଟ ଶାଢି, ବେକରେ ମାଳି , ହାତରେ ବାହୁଟି, ଗୋଡରେ ପାହୁଡ଼, ବାଙ୍କି ଭଳି ପାରମ୍ପରିକ ବେଶଭୁଷାରେ ସଜ୍ଜିତ ହୋଇ ହରପାର୍ବତୀଙ୍କୁ ପୁଜା କରିବାର ପରମ୍ପରା ରହିଛି। କୁମାର ପୁର୍ଣ୍ଣମୀ ଦିନ ମାନସିକ ଗୁଆକୁ ବିସର୍ଜନ କରି ଚାନ୍ଦ ଉତ୍ସବରେ ବ୍ରତ ଭାଙ୍ଗିଥାନ୍ତି। ଅଢେଇ ବର୍ଷ ବୟସରୁ କୁମାରୀମାନେ ଏହି ବ୍ରତ କରିଥାନ୍ତି। ସେମାନେ ୩ ବର୍ଷ , ୫ବର୍ଷ ବା ୭ ବର୍ଷର ମାନସିକ ରଖିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe