ଆଜି ସକାଳୁ ଖୋଲିଲା ପୁରୀ ଶ୍ରୀମନ୍ଦିର: ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତ ଓ ସେମାନଙ୍କ ପରିବାର

Advertisment
ଶ୍ରୀମନ୍ଦିର ପ୍ରବେଶ ବେଳେ ଆଉ ଦେଖାଇବାକୁ ପଡ଼ିବ ନାହିଁ ‌କୋଭିଡ୍ ରିପୋର୍ଟ; ଜାଣନ୍ତୁ ଜଗା ଦର୍ଶନ ଲାଗି ଆଉ କେଉଁ ନୀତିନିୟମ ରହିଛି

ପୁରୀ: ଦୀର୍ଘ ନଅ ମାସ ପରେ ବୁଧବାର ସକାଳେ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ପୁରୀ ଶ୍ରୀମନ୍ଦିର ଖୋଲିଛି। ଆଜି କେବଳ ଶ୍ରୀମନ୍ଦିରର ସେବାୟତ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଦିଅଁ ଦର୍ଶନର ସୁଯୋଗ ମିଳିଛି।

ଆଜି ପାହାନ୍ତା ୪.୫୦ରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବା ପରେ ୫.୨୫ରେ ଭିତର ଶୋଧ କରାଯାଇଥିଲା। ଏହା ପରେ ୫.୩୫ରେ ମଙ୍ଗଳ ଆଳତି, ୫୪୦ରେ ମଇଲମ, ୬ଟାରେ ରୋଷ ହୋମ ଓ ତଡ଼ପଲାଗି ହୋଇଥିଲା।

publive-image Image Courtesy of India.com

୬.୪୫ରେ ଅବକାଶ ପୂଜା ଶେଷ ହେବା ପରେ ୬.୫୦ରେ ପୁଣି ମଇଲମ୍‌ ହୋଇଥିଲା। ସୂର୍ଯ୍ୟପୂଜା ପରେ ସକାଳ ୭.୩୦ରେ ଦିଅଁ ଦର୍ଶନ ଆରମ୍ଭ ହୋଇଥିଲା।

ଚାରିଦ୍ୱାର ଦେଇ ସେବାୟତ ଏବଂ ସେମାନଙ୍କ ପରିବାର ଲୋକେ ଶ୍ରୀନ୍ଦିର ମଧ୍ୟକୁ ଯାତାୟାତ କରୁଛନ୍ତି। ମନ୍ଦିରର ସାତ ପାହାଚ ଦେଇ ନାଟ ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେମାନେ ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି।

publive-image

ମନ୍ଦିର ପ୍ରବେଶ ନିମନ୍ତେ ସେମାନଙ୍କ ପାଇଁ ବୀମା ଓ ଆଧାରକାର୍ଡ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

publive-image

ସୂଚନାଯୋଗ୍ୟ, କରୋନାଭାଇରସ୍‌ ସଂକ୍ରମଣ ରୋକିବାକୁ ଜାରି କଟକଣା କାରଣରୁ ସମଗ୍ର ଦେଶ ତଥା ରାଜ୍ୟରେ ବନ୍ଦ ରହିଥବା ଦେବାଳୟ ସବୁ କ୍ରମଶଃ ଖୋଲିବାକୁ ନିଷ୍ପତ୍ତି ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe