ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମଠ ମହନ୍ତଙ୍କ ଚିଠି, ବିନା ସହମତିରେ ମଠ ଭଙ୍ଗାଯାଉଛି

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି: ଭକ୍ତ ଦର୍ଶନ କରିବେ ନା ପର୍ସର ଯତ୍ନ ନେବେ? ହୁଣ୍ଡି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଶୀର୍ଷ ଅଦାଲତ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ମଠ ଉଚ୍ଛେଦକୁ ବିରୋଧ କରିଛନ୍ତି ପୁରୀର ମଠ ମହନ୍ତ। ଏଥିପାଇଁ ମଠ ମହନ୍ତମାନେ ମିଳିତ ଭାବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ମଠ ଉଚ୍ଛେଦ ନିଷ୍ପତ୍ତି ଉପରେ କରାଯାଇଥିବା ଆବେଦନର ପୁନଃବିଚାର ସହିତ ମଠ ସଂସ୍କୃତିର ସୁରକ୍ଷା ଲାଗି ଉଚ୍ଛେଦ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିବାକୁ ଚିଠିରେ ନିବେଦନ କରିଛନ୍ତି।

ଚିଠିରେ ମହନ୍ତମାନେ କହିଛନ୍ତି, ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପ୍ରଥମେ ଶ୍ରୀମନ୍ଦିର ଚାରିପାଖରୁ ମଠ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି। କିନ୍ତୁ ଶ୍ରୀମନ୍ଦିରର ୭୫ ମିଟର ଭିତରେ ଏଭଳି ୧୮ଟି ମଠ ରହିଛି, ଯେଉଁମାନେ ଶ୍ରୀମନ୍ଦିର ପରମ୍ପରା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ। ଶ୍ରୀମନ୍ଦିର ସ୍ବତ୍ତ୍ବଲିପିରେ ବି ଏହା ଉଲ୍ଲେଖ ରହିଛି। ଏଠାରେ ଏଭଳି ଐତିହ୍ୟ ରହିଛି ଯାହା ଶହ ଶହ ବର୍ଷର। ଏଠାରେ ଚୈତନ୍ୟ, ଗୁରୁ ନାନକ, ରାମାନୁଜ, ରାମାନନ୍ଦ ଆଚାର୍ଯ୍ୟ, ବିଷ୍ଣୁ ସ୍ବାମୀ, ବଲ୍ଲଭାଚାର୍ଯ୍ୟଙ୍କ ଭଳି ବହୁ ସାଧୁସନ୍ଥ ରହିଛନ୍ତି ଓ ଧର୍ମପ୍ରଚାର କରିଛନ୍ତି। ଏହି ମଠ ସବୁ ଐତିହ୍ୟସଂପନ୍ନ। ରାଜ୍ୟ ସରକାର ଏହାର ସୁରକ୍ଷା ଦାୟିତ୍ବ ନେବା ବଦଳରେ ଉଚ୍ଛେଦ କରୁଛନ୍ତି। ଏ ସଂପର୍କରେ ମଠ ମହନ୍ତ, ସାଧୁସନ୍ଥଙ୍କ ସହ ଆଲୋଚନା କି ପରାମର୍ଶ ନିଆଯାଇନାହିଁ। ଜିଲ୍ଲା ପ୍ରଶାସନ ଜୋରଜବରଦସ୍ତ ମଠ ଉଚ୍ଛେଦ ଆରମ୍ଭ କରିଛି। ନିକଟରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ଉପରେ ରହିତାଦେଶ ଆବେଦନକୁ ଖାରଜ କରି ଦେଇଛନ୍ତି। ଓଡ଼ିଶା ଆଟର୍ଣ୍ଣି ଜେନେରାଲ ଭୁଲ ତଥ୍ୟ ଉପସ୍ଥାପନ କରି କୋର୍ଟଙ୍କୁ ବିଭ୍ରାନ୍ତକର ତଥ୍ୟ ଦେଇଛନ୍ତି। ଏପରିକି ଉଚ୍ଛେଦ ସ୍ଥିତି ଅନୁଧ୍ୟାନ ପାଇଁ ଖଣ୍ଡପୀଠ ଆମିକସ୍‌ କ୍ୟୁରିଙ୍କୁ ନିର୍ଦେଶ ଦେଇଥିବା ବେଳେ ଆମିକସ୍‌ କ୍ୟୁରିଙ୍କ ଗସ୍ତ ପୂର୍ବରୁ ମଠ ଉଚ୍ଛେଦ କାର୍ଯ୍ୟ ସାରିଦେବାକୁ ପ୍ରଶାସନ ତରବରିଆ ଅଭିଯାନ ଜାରି ରଖିଛି। ଅନ୍ତତଃପକ୍ଷେ ଆମିକସ୍‌ କ୍ୟୁରି ଆସିବା ପର୍ଯ୍ୟନ୍ତ ଏହି ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଜାରି କରିବାକୁ ମଠ ମହନ୍ତମାନେ ନିବେଦନ କରିଛନ୍ତି। କଟକୀ ମଠର ମହନ୍ତ ବିଜୟ ରାମାନୁଜ ଦାସ, ରାଧାଶ୍ୟାମ ମଠ ମହନ୍ତ ସୁବଳ ଚରଣ ଦାସ, ମଙ୍ଗୁ ମଠ ମହନ୍ତଙ୍କ ସମେତ ଅନ୍ୟ ମଠର ମହନ୍ତମାନେ ଏହି ଖୋଲା ଚିଠି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe