ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲା : ଫେରାର ଅଭିଯୁକ୍ତ ରାୟଗଡ଼ାରୁ ଗିରଫ

Advertisment
ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲା : ଫେରାର ଅଭିଯୁକ୍ତ ରାୟଗଡ଼ାରୁ ଗିରଫ

ରାୟଗଡା/ପୁରୀ : ବହୁଚର୍ଚ୍ଚିତ ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକ ଆଜି ପୁଲିସ ହାତରେ ଧରାପଡ଼ିଛନ୍ତି। ପୁରୀ ପୁଲିସର ସ୍ବତନ୍ତ୍ର ଟିମ୍ ଆଜି ସକାଳେ ରାୟଗଡ଼ାରୁ ଏହି ଅଭିଯୁକ୍ତକୁ ଗିରଫ କରି ପୁରୀ ଆଣିଥିବା ଜଣାପଡ଼ିଛି।

ଗଣଦୁଷ୍କର୍ମ ଘଟଣାରେ ବୁଲୁ ନାଁରେ ମାମଲା ରୁଜୁ ହେବା ପରେ ପୁଲିସକୁ ଚକମା ଦେଇ ସେ ଫେରାର ହୋଇଯାଇଥିଲେ। ବୁଲୁ ସିଆର୍‌ପିଏଫ୍‌ର ଜଣେ ଯବାନ। ସେ ପୁରୀରୁ କୋଲକାତା ଯିବା ପରେ ପୁଣି କେସିଙ୍ଗା ଫେରି ଆସିଥିଲେ। ଗତକାଲି କେସିଙ୍ଗାରୁ ଟ୍ରେନ୍‌ ଯୋଗେ ରାୟଗଡ଼ା ଆସି ରାଣୀଗୁଡ଼ା ଫାର୍ମ ଅଞ୍ଚଳରେ ରହୁଥିବା ସଂପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିଲେ। ଅନ୍ୟପଟେ ବୁଲୁଙ୍କୁ ଖୋଜୁଥିବା ପୁରୀ ପୁଲିସ କିଛି ଦିନ ହେଲା ମୋବାଇଲକୁ ଟ୍ରାକିଂ କରୁଥିଲା। କିନ୍ତୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ପୁଲିସ ପାଇଁ ଅଡ଼ୁଆ ହୋଇଥିଲା। ତେବେ ଗତକାଲି ରାୟଗଡ଼ା ପହଞ୍ଚିବା ପରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବୁଲୁ ରହିବାରୁ ପୁରୀ ପୁଲିସକୁ ବଡ଼ ସୁଯୋଗ ମିଳିଥିଲା। ଏନେଇ ରାୟଗଡ଼ା ପୁଲିସକୁ ସୂଚନା ଦେବା ସହ ସମସ୍ତ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଥିଲା। ଏହାପରେ ପୁରୀ ପୁଲିସର ଗୋଟିଏ ଟିମ୍‌ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଗତକାଲି ରାତିରେ ହିଁ ରାୟଗଡ଼ା ପହଞ୍ଚିଥିଲା। ତେବେ ରାତି ହୋଇଯାଇଥିବାରୁ ଚଢ଼ଉ କଲେ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ଖସିଯିବାର ଯଥେଷ୍ଟ ସମ୍ଭାବନା ରହିଥିଲା। ତେଣୁ ବୁଲୁ ରହୁଥିବା ଅଞ୍ଚଳରେ ପୁଲିସ ପହରା ବଢ଼ାଇ ଦେଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲା। ଆଜି ସକାଳେ ବୁଲୁ ଗାଧୋଇବାକୁ ଘରୁ ବାହାରିଥିଲେ। ପୁଲିସ ବି ପଛେ ପଛେ ନଦୀ ପର୍ଯ୍ୟନ୍ତ ଯାଇଥିଲା। ନଦୀରେ ପଶି ଗାଧୋଇବା ସମୟରେ ଅତର୍କିତ ଭାବେ ମାଡ଼ି ବସିଥିଲା ପୁଲିସ। ଥାନାକୁ ଆଣି କିଛି ସମୟ ବସାଇବା ପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ପୁଲିସ ବୁଲୁଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ପୁରୀ ଅଣାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe