ପୁରୀ ଆଦର୍ଶ ବିଦ୍ୟାଳୟ: ନିଜସ୍ବ କୋଠାରେ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ

ପୁରୀ ଆଦର୍ଶ ବିଦ୍ୟାଳୟ: ନିଜସ୍ବ କୋଠାରେ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ

ପୁରୀ: ପୁରୀ ସଦର ବ୍ଲକ୍‌ ଆଦର୍ଶ ବିଦ୍ୟାଳୟ ଶ୍ରେଣୀ ଓ ପ୍ରଶାସନିକ ଗୃହ ଦୁଇ ବର୍ଷ ତଳୁ ଶୁଭାରମ୍ଭ ହୋଇଥିଲେ, ଆଜି ପର୍ଯ୍ୟନ୍ତ ଏଠାରେ ପାଠପଢ଼ା ଆରମ୍ଭ ହୋଇନି। ଭୋଳନାଥ ବିଦ୍ୟାପୀଠରେ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି। ‘ସମ୍ବାଦ’ରେ ଏହି ଖବର ଆଜି ପ୍ରକାଶ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ତୁରନ୍ତ ପୁରୀ ଆଦର୍ଶ ବିଦ୍ୟାଳୟର ନିଜସ୍ବ କୋଠାରେ ପାଠପଢ଼ା ଆରମ୍ଭ କରିବାକୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ‘ସମ୍ବାଦ’ରେ ପୁରୀ ଆଦର୍ଶ ବିଦ୍ୟାଳୟ ସମ୍ପର୍କରେ ‘ଉଦ୍‌ଘାଟନ କଲେ, ପାଠପଢ଼ା ହେଉନି’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଯୁବ ସ୍ବେଚ୍ଛାସେବୀ ଅମିୟ ରଂଜନ ବାରିକ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ପ୍ରମୁଖଙ୍କୁ ଟ୍ବିଟ୍‌ କରି ଅଭିଯୋଗ କରିଥିଲେ। ପରେ ମୁଖ୍ୟ ଶାସନ ସଚିବ ଏ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପ୍ରତିଉତ୍ତରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ କହିଛି, ଏବେ ଭୋଳାନାଥ ବିଦ୍ୟାପୀଠରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି। ବିଦ୍ୟୁତ୍‌ ସଂଯୋଗ ଓ ଆବଶ୍ୟକ ଫର୍ଣ୍ଣିଚର ନ ଥିବାରୁ ପାଠପଢ଼ା ହୋଇପାରୁନି। ଖୁବଶୀଘ୍ର ବିଦ୍ୟୁତ୍‌ ସଂଯୋଗ ଓ ଫର୍ଣ୍ଣିଚର ବ୍ୟବସ୍ଥା ପରେ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe