ପୁରୀ : ମାଟିରେ ମିଶିଲା ୫୦ ବର୍ଷର ମାର୍କେଟ୍, ବିସ୍ଥାପିତ ହେଲେ ୧୫୮ ଦୋକାନୀ

Advertisment
ପୁରୀ : ମାଟିରେ ମିଶିଲା ୫୦ ବର୍ଷର ମାର୍କେଟ୍, ବିସ୍ଥାପିତ ହେଲେ ୧୫୮ ଦୋକାନୀ

ପୁରୀ : ବିଶ୍ବ ଐତିହ୍ୟ ସହରର ଘୋଷଣାକ୍ରମରେ ଆଜି ଜିଲ୍ଲା ପ୍ରଶାସନ ବଡ଼ଦାଣ୍ଡରେ ବିପଦସଂକୁଳ ଅବସ୍ଥାରେ ଥିବା ପ୍ରାୟ ୫୦ ବର୍ଷର ପୁରୁଣା ପୌରପାଳିକା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି। କଡ଼ା ସୁରକ୍ଷା ବଳୟ ଭିତରେ ୬ରୁ ଅଧିକ ଜେସିବି ଲଗାଇ ଏଠାରେ ଥିବା ୧୫୮ ଦୋକାନ ଘର ଓ ୮ଟି ପିଣ୍ଡିକୁ ଭାଙ୍ଗି ଦିଆଯାଇଛି। ଏହି ସମୟରେ ଦୋକାନୀମାନେ ସାମାନ୍ୟ ବିରୋଧ କରିଥିବା ବି ଦେଖିବାକୁ ମିଳିଛି। ତଥାପି ଶାନ୍ତିଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। ଏହାପରେ ମହୋଦଧି ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି। ଯୁଗ୍ମ ବୈଷୟିକ କମିଟିର ତଦନ୍ତ ପରେ ଦୁଇ ମାର୍କେଟ କମ୍ପ୍ଲେକ୍ସକୁ ବିପଦସଂକୁଳ ବୋଲି ଘୋଷଣା କରାଯାଇଥିଲା। ପରିଚାଳନାଗତ ତ୍ରୁଟି କାରଣରୁ ୧୯୭୩ ମସିହାରେ ନିର୍ମିତ ଏହି ମାର୍କେଟ୍ କମ୍ପ୍ଲେକ୍ସର ୧୫୮ ଦୋକାନ ଘର ବହୁଦିନ ହେବ ଭଗ୍ନ ଅବସ୍ଥାରେ ଥିଲା।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୬ରେ ପୌରସଂସ୍ଥା ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ ଭାଙ୍ଗିବା ପାଇଁ ନୋଟିସ ଜାରି କରିଥିଲା। ଅକ୍ଟୋବର ୯ ସୁଦ୍ଧା ଏଠାରେ ଥିବା ୭୦ରୁ ଅଧିକ ଦୋକାନୀଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ଅକ୍ଟୋବର ୧୦ରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ବି ସୂଚନା ଦେଇଥିଲା। ଏଥିରେ ବି ବିଳମ୍ବ ଦେଖାଦେଇଛି। ଆସନ୍ତାକାଲି ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe