ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ନେଇ ପୁଣି ଡିଜିସିଏକୁ ତଥ୍ୟ ମାଗିବ ପୁରୀ ପୁଲିସ୍ : ଜବତ ୩ ହେଲିକପ୍ଟର ଭିତରୁ ୨ଟିକୁ ହସ୍ତାନ୍ତର କରାଯିବ

Advertisment
ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ନେଇ ପୁଣି ଡିଜିସିଏକୁ ତଥ୍ୟ ମାଗିବ ପୁରୀ ପୁଲିସ୍ : ଜବତ ୩ ହେଲିକପ୍ଟର ଭିତରୁ ୨ଟିକୁ ହସ୍ତାନ୍ତର କରାଯିବ

File Photo

ପୁରୀ : ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ( ଡିଜିସିଏ) ଚିଲିକା ଉପରେ ହେଲିକପ୍ଟର ଉଡାଇବା ବିବାଦରେ ଛନ୍ଦି ହୋଇଥିବା ବୈଜୟନ୍ତଙ୍କ ହେଲିକପ୍ଟରକୁ ଦୋଷମୁକ୍ତ କରିଛନ୍ତି। ମାତ୍ର ଏହି ରିପୋର୍ଟକୁ ଗ୍ରହଣ କରିନାହିଁ ପୁରୀ ପୁଲିସ୍। ଏ ପ୍ରସଙ୍ଗରେ ପୁରୀ ଏସପି ଡା.ସାର୍ଥକ ଷଡଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ଯେ ପୁଲିସ ପକ୍ଷରୁ ଡିଜିସିଏକୁ ବୈଜୟନ୍ତଙ୍କ ଉଡାଣ ନେଇ ତଥ୍ୟ ମଗାଯିବ। ହେଲିକପ୍ଟରଟି ନିର୍ଦ୍ଦିଷ୍ଟ ଭାବେ କେତେ ଉଚ୍ଚତାରେ ଉଡୁଥିଲା ସେ ସଂପର୍କରେ ତଥ୍ୟ ମିଳିପାରିନାହିଁ। ଡିଜିସିଏ ରିପୋର୍ଟରେ ହେଲିକପ୍ଟରର ଲ୍ୟାଣ୍ଡିଂ ନେଇ ତଥ୍ୟ ଥିବା ବେଳେ କେତେ ଉଚ୍ଚତାରେ ଏହା ଉଡୁଥିଲା ତାହା ଦର୍ଶାଯାଇ ନାହିଁ। ତେଣୁ ଡିଜିସିଏଠାରୁ ସେ ତଥ୍ୟ ମଗାଯିବ। ଏଥିସହ ସେ ସ୍ପଷ୍ଟ କରିଛନ୍ତି ଯେ ପୁଲିସ ଜବତ କରିଥିବା ହେଲିକପ୍ଟର ମଧ୍ୟରୁ ଯେଉଁଟି ଚିଲିକା ଉପରେ ଉଡିଥିଲା ସେଇଟିକୁ ଛାଡ଼ି ଅନ୍ୟ ଦୁଇଟି ହେଲିକପ୍ଟରକୁ ଛଡ଼ାଯିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

publive-image

ଗତ ସେପ୍ଟେମ୍ବର ୧୫ ତାରିଖରେ ପୂର୍ବତନ ବୈଜୟନ୍ତ ପଣ୍ଡା ଉଡାଉଥିବା ଇମ୍ଫା ହେଲିକପ୍ଟର ରବିନସନ ଆର-୪୪ ଉଡାଣରେ କୌଣସି ବ୍ୟତିକ୍ରମ ନଥିଲା ଓ କୌଣସି ନିୟମ ଉଲ୍ଲଂଘନ ହୋଇ ନଥିବା ବୋଲି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଡିଜିସିଏ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ।

ଏହା ପୂର୍ବରୁ ସେପ୍ଟେମ୍ବର ୧୫ରେ ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର କମ ଉଚ୍ଚତାରେ ଉଡିବା ସହ ଅବତରଣ କରିବା ଅଭିଯୋଗ ହୋଇଥିଲା । ପରେ ୧୭ ତାରିଖରେ ପୁରୀ ଅରଖକୁଦା ମେରାଇନ ଥାନାରେ ଏ ନେଇ ଏତଲା ଦାୟର କରିଥିଲେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) । ଯେଉଁ ଆଧାରରେ ସେହିଦିନ ସନ୍ଧ୍ୟାରେ ହିଁ ପୁରୀ ପୋଲିସ ଭୁବନେଶ୍ୱର ଏୟାରପୋର୍ଟରେ ଥିବା ବୈଜୟନ୍ତଙ୍କ ହ୍ୟାଙ୍ଗର ସହ ୩ଟି ହେଲିକପ୍ଟର ସଙ୍ଗେ ସଙ୍ଗେ ସିଜ୍ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe