ରଥଯାତ୍ରା ଆଲୋଚନା ଆରମ୍ଭ : ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ଭେଟିଲେ ମୁଖ୍ୟପ୍ରଶାସକ

Advertisment

ଛତିଶାନିଯୋଗ ନାୟକ ଭେଟିଲେ ଶଙ୍କରାଚାର୍ଯ୍ୟଙ୍କୁ, ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଆଜି

ଛତିଶାନିଯୋଗ ନାୟକ ଭେଟିଲେ ଶଙ୍କରାଚାର୍ଯ୍ୟଙ୍କୁ, ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଆଜି

ରଥଯାତ୍ରା ଆଲୋଚନା ଆରମ୍ଭ : ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ଭେଟିଲେ ମୁଖ୍ୟପ୍ରଶାସକ

ପୁରୀ/ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ କି ନାହିଁ, ସେ ନେଇ ରାଜ୍ୟ ସରକାର ବିଚାର ଆଲୋଚନା ଆରମ୍ଭ କରିଛନ୍ତି। ଆଜି ଅପରାହ୍ନରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ପ୍ରଥମେ ପୁରୀ ଯାଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିଥିଲେ। ଶଙ୍କରଚାର୍ଯ୍ୟ କି ପ୍ରତିକ୍ରିୟା ରଖିଛନ୍ତି, ତାହା କୁହାଯାଇନାହିଁ।

ଏହା ପରେ ପରେ ଆଜି ରାତିରେ ମୁଖ୍ୟପ୍ରଶାସକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଢେର୍ ସମୟ ଧରି ଆଲୋଚନା େହାଇଛି। ଗଜପତି କଣ ମତ ରଖିଲେ, ଏ ସଂପର୍କରେ ମଧ୍ୟ ସରକାରୀ ଭାବେ କିଛି କୁହାଯାଇନାହିଁ।

ତେବେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଛତିଶାନିଯୋଗ ନାୟକ ଜନାର୍ଦନ ପଟ୍ଟଯୋଶୀ ରଥଯାତ୍ରା ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଜି ରାତିରେ ଆଲୋଚନା କରିଛନ୍ତି। ଆସନ୍ତାକାଲି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ବସୁଛି। ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକ କରାଯିବ ବୋଲି ସୂଚନା ମିଳୁଛି। ଏଥିରେ ରଥଯାତ୍ରା ପ୍ରସଙ୍ଗ ଉଠିପାରେ।

ଉଲ୍ଲେଖଥାଉକି, ରାଜ୍ୟ ସରକାର ରଥଯାତ୍ରା ହେବ କି ନାହିଁ, ସେ ସଂକ୍ରାନ୍ତରେ ଠୋସ୍ ନିଷ୍ପତ୍ତି ନେବା ପୂର୍ବରୁ ବିଭିନ୍ନ ବର୍ଗ ସହିତ ଆଲୋଚନା କରିବେ େବାଲି ଜଣାପଡିଛି। ଆସନ୍ତା ଦୁଇ ତିନି ମଧ୍ୟରେ ଏ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବା ସମ୍ଭାବନା ଅଧିକ ବୋଲି ସୂଚନା ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe