ରଥଖଳା ଚଳଚଞ୍ଚଳ: ତିନି ରଥର ଅଖ ଅନୁକୂଳ

ରଥଖଳା ଚଳଚଞ୍ଚଳ: ତିନି ରଥର ଅଖ ଅନୁକୂଳ

ପୁରୀ : ଶୁକ୍ରବାର ପବିତ୍ର ଭଉଁରୀ ତିଥିରେ ଚକଡେରା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ଆଜି ଅପରାହ୍ଣରେ ତିନିରଥର ଗୋଟିଏ ଲେଖାଏଁ ୪୦ ଫୁଟିଆ ଅଖ କାଠର ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ଆଜି ସୁଦ୍ଧା ତିନି ରଥର ମୋଟ୍‌ ୧୫ଟି ଚକ ନିର୍ମାଣ ଶେଷ ହୋଇଛି।

ତାଳଧ୍ୱଜ ରଥର ୪ଟି ପଡିନାହାକା ଚକରୁ ଆଜି ୩ଟି ପଡିନାହାକା ଚକ ଶେଷ ହୋଇଛି। ଦର୍ପଦଳନ ରଥର ଗୋଟିଏ ପଡିନାହାକା ଚକ ନିର୍ମାଣ ଶେଷ ହୋଇଛି। ନନ୍ଦିଘୋଷ ରଥର ଗତକାଲି ଦୁଇଟି ନାହାକା ଚକ ଶେଷ ହୋଇଥିଲା, ଆଜି ଆଉ ଦୁଇଟି ନାହାକା ଚକ ସହ ଗୋଟିଏ ପଡିନାହାକା ଚକ ନିର୍ମାଣ ଶେଷ ହୋଇଛି। ରୂପକାର ସେବକମାନେ ୫ଟି ଲେଖାଁଏ ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। କରତି ସେବକମାନେ ୪୨ଟି ତୁମ୍ବରୁ ୩୯ଟି ତୁମ୍ବର ଘେର କଟା କାର୍ଯ୍ୟ ଶେଷ କରିଛନ୍ତି। ଉଛୁଳା ଚକ ପାଇଁ ପନ୍ଦାରି ଓ ବଳା ନିର୍ମାଣ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe