ରଥଖଳା ହାଲଚାଲ: ତିନି ରଥର ଉଠିଲା ଚାରି ନାହାକା

Advertisment
ରଥଖଳା ହାଲଚାଲ: ତିନି ରଥର ଉଠିଲା ଚାରି ନାହାକା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶୁକ୍ରବାର ଦିନ ୩୭ ଦିନରେ ପହଞ୍ଚିଛି। ଶୁକ୍ରବାର କାମ ଶେଷ ସୁଦ୍ଧା ତିନି ରଥର ଚାରି ନାହାକା ଉଠିଛି। ଗତକାଲି ତିନି ରଥର ଦୁଇଟି‌ ଲେଖାଏଁ ଗରଗରା ପଡ଼ିବା ପରେ ପୋଲ ଗୟଳ ସଂଯୋଗ ହୋଇଥିଲା। ଶୁକ୍ରବାର ଅନୁକୂଳ ପୂଜା ପରେ ପଞ୍ଚ ଦଣ୍ଡାରେ ସଂଯୋଗ ହୋଇଥିବା ଗରଗରା ଉପରେ ଚାରିନାହାକା ଉଠିଛି। ତିନି ରଥର ମହାରଣା ସେବକମାନେ ନଡ଼ିଆ ବାଡ଼େଇ ଅନୁକୂଳ ପୂଜା ପୂର୍ବକ ଭୋଇ ସେବକଙ୍କ ଜରିଆରେ ଏହି କାର୍ଯ୍ୟ ସଂପନ୍ନ କରିଛନ୍ତି।

ଅନ୍ୟପଟେ ତିନି ରଥର ମହାରଣା ଓ ଭୋଇ ସେବକମାନେ ପାର୍ଶ୍ବ ଦଣ୍ଡାମାନଙ୍କରେ ତିନୋଟି ଲେଖାଏଁ ଜଳଯନ୍ତ୍ର ଓ ଦୁଇଟି ଲେଖାଏଁ କୋଣଗୁଜ ଖଞ୍ଜି ଗୟଳ ପକାଇଛନ୍ତି। ନନ୍ଦିଘୋଷ ରଥ ଓ ଦେବଦଳନ ରଥର ବେଦି ପାଇଁ ୫ଟି ଜଗତ ପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ ହୋଇଥିବା ବେଳେ ତାଳଧ୍ବଜ ରଥର ତିନୋଟି ଜଗତ ପୃଷ୍ଠ ଶେଣୀ ଚଉପଟ କାର୍ଯ୍ୟ ‌‌ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe