ରଥଖଳା ଚଳଚଞ୍ଚଳ: ତିନି ରଥର ପଇବିନ୍ଧ ଅନୁକୂଳ

ରଥଖଳା ଚଳଚଞ୍ଚଳ: ତିନି ରଥର ପଇବିନ୍ଧ ଅନୁକୂଳ

ପୁରୀ : ରଥ ନିର୍ମାଣ କାର୍ଯ୍ୟ ଆଜି ୧୩ ଦିନରେ ପହଞ୍ଚିଛି। ଆଜି ତିନି ରଥର ମୁଖ୍ୟ ମହାରଣାମାନେ ପଇ ବିନ୍ଧ କାମ ଅନୁକୂଳପୂର୍ବକ ତିନି ରଥର ତିନି ନାହାକା ଚକ ପାଇଁ ପଇ ପିନ୍ଧା କାର୍ଯ୍ୟ ଶେଷ କରିଛନ୍ତି। ତାଳଧ୍ୱଜ ରଥର ମହାରଣାମାନେ ଦୁଇଟି ନାହାକା ଚକ ସହ ଗୋଟିଏ ପଡି ନାହାକା ଚକରେ ପଇ ପିନ୍ଧା କାର୍ଯ୍ୟ ଶେଷ କରିଛନ୍ତି। ଏଥି ସହ ଆଉ ଦୁଇ ଚକ ପାଇଁ ପଇରେ ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି। ତାଳଧ୍ୱଜ ରଥର ଆବଶ୍ୟକ ୧୨ଟି କୁଡ଼ୁକା ଚଉପଟ କାର୍ଯ୍ୟ ଶେଷ ହୋଇଛି।

ଦର୍ପଦଳନ ରଥର ଦୁଇଟି ନାହାକା ଚକର ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଛି। ଆଉ ଦୁଇ ଚକ ପାଇଁ ୮ଟି ପଇରେ ବିନ୍ଧ କାର୍ଯ୍ୟ ଜାରିରହିଛି। ପଇ ପିନ୍ଧା ସରିଥିବା ନାହାକା ଚକ ତୁମ୍ବରେ ପନ୍ଦାରି ଓ ବଳା ସଂ ଯୋଗ ଶେଷ ହୋଇଛି। ଆବଶ୍ୟକ ୮ଟି କୁଡୁକା ଚଉପଟ କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷ ରଥର ନାହାକା ଚକରେ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଛି। ପଞ୍ଚମ ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଯନ୍ତାଗାଡ଼ରେ ଭୋଇ ସେବକଙ୍କ ଦ୍ୱାରା ଶେଷ ହୋଇଛି। ନନ୍ଦିଘୋଷ ରଥ ପାଇଁ ଆବଶ୍ୟକ ୧୨ଟି କୁଡୁକା ଚଉପଟ କାର୍ଯ୍ୟ ଶେଷ ହୋଇଛି। କରତି ସେବକମାନେ ୪୨ଟି ତୁମ୍ବରୁ ୩୬ଟି ତୁମ୍ବର ବଳକା ଅଂଶର ଘେର କଟା କାର୍ଯ୍ୟ ‌ଶେଷ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe