ରଥଖଳା ଚଳଚଞ୍ଚଳ: ଚଉଦନାହାକା ଓ ଚାରିନାହାକା ନିର୍ମାଣ ଆରମ୍ଭ

ରଥଖଳା ଚଳଚଞ୍ଚଳ: ଚଉଦନାହାକା ଓ ଚାରିନାହାକା ନିର୍ମାଣ ଆରମ୍ଭ

ପୁରୀ : ରଥଖଳାରେ ରବିବାର ଦିନ ତିନି ରଥର ୧୪ ନାହାକା ପାଇଁ ୬ଖଣ୍ଡ ଲେଖାଏଁ ୨୦ ଫୁଟିଆ ଧଉରା କାଠ ରଥ ଅମିନ ଯୋଗାଇଦେଇଛନ୍ତି। ତିନି ରଥର ମହାରଣାମାନେ ବାକି ଚଉଦ ନାହାକା ଓ ଚାରି ନାହାକାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ରବିବାରଦିନ ତିନିରଥର ଚାଳିରେ ‘ଗରଗରା’, ତିନିରଥର ପାଞ୍ଚ ଦଣ୍ଡା, ଚାରିନାହାକା, ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ, ରୂପକାର ସେବକଙ୍କ ଦ୍ୱାରା କୋଣ ଗୁଜ ଏବଂ ତୀଖଗୁଜରେ ରୂପ ଖୋଦେଇ କରାଯାଇଛି।

publive-image

ଓଝା ସେବକଙ୍କ ଦ୍ୱାରା ରଥ କଣ୍ଟା ଏବଂ ପାହୀ ମହାରଣାଙ୍କ ଦ୍ୱାରା ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣବସର ଓ ରଥ ଯାତ୍ରାରେ ମହାପ୍ରଭୁଙ୍କ ନୀତି କାନ୍ତି ପାଇଁ ଆବଶ୍ୟକୀୟ କାଠ ସରଞ୍ଜାମ ଯଥା ବେଶ ପାଇଁ ବେଶ ଘୋଡ଼ିଆ, କୁରୁମ ପିଢ଼ା, ବନକ ପେଡି, ଅଞ୍ଜନା ଖୁଣ୍ଟି ଇତ୍ୟାଦି ନିର୍ମାଣ ଜାରି ରହିଛି। ଆଜି ତାଳଧ୍ୱଜ ରଥର ତିନୋଟି ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe