ରଥଖଳା ଚଳଚଞ୍ଚଳ: ଦଣ୍ଡା ଫ୍ରେମ୍‌ରେ ‘କଣ୍ଟାବାଡ଼ିଆ’ ଆରମ୍ଭ

ରଥଖଳା ଚଳଚଞ୍ଚଳ: ଦଣ୍ଡା ଫ୍ରେମ୍‌ରେ ‘କଣ୍ଟାବାଡ଼ିଆ’ ଆରମ୍ଭ

ପୁରୀ : ରବିବାର ପୂର୍ବାହ୍ନରେ ତିନିରଥର ମୁଖ୍ୟ ମହାରଣା ଓ ସହଯୋଗୀ ମହାରଣାଙ୍କ ସମେତ ଭୋଇ ସେବକଙ୍କ ସହଯୋଗରେ ତିନିରଥର ଦଣ୍ଡା ଖୋଲାଯାଇ ଦଣ୍ଡାଗୁଡ଼ିକର ଗୋଳେଇ କରାଯାଇଥିଲା। ଏହାପରେ ତିନିରଥର ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ମୁହାଁଟ ସଂଯୋଗ ହୋଇ ଆଗ ମୁହାଁଟରେ ପାଞ୍ଚଟି ସାଲ ଗୁଜ ଏବଂ ପଛ ମୁହାଁଟରେ ତିନିଟି ଜଳଯନ୍ତ୍ର ଏବଂ ଦୁଇଟି ସାଲଗୁଜ ଉଠି ଗୁଜ ଉପରେ ନିରାଡ଼ି ଉଠିଥିଲା। ଅପରାହ୍ଣରେ ଆଜି ତିନିରଥର ଦଣ୍ଡା ଫ୍ରେମ୍‌ ମଜବୁତ ପାଇଁ ‘କଣ୍ଟାବାଡ଼ିଆ’ କାର୍ଯ୍ୟ ସମ୍ପନ୍ନ ହୋଇଛି।

ଏହାଛଡ଼ା ଆଜି ତିନିରଥ ଚାଳିରେ ପୋଲ ଗୟଳ ଚଉପଟ କାର୍ଯ୍ୟ ତିନିରଥର ମହାରଣାଙ୍କ ଦ୍ୱାରା ଆଗେଇ ଚାଲିଛି। ତାଳଧ୍ୱଜ ରଥର ଆଜି ସୁଦ୍ଧା ୪ଟି ବଡ଼ ପୋଲ ଗୟଳ ଚଉପଟ କାର୍ଯ୍ୟ ଶେଷ ହୋଇଛି। ଦର୍ପଦଳନ ରଥର ଦୁଇଟି ବଡ଼ ପୋଲ ଗୟଳ ଚଉପଟ ଶେଷ ହୋଇଥିବାବେଳେ ନନ୍ଦିଘୋଷର ୬ଟି ବଡ଼ ପୋଲ ଗୟଳ ନିର୍ମାଣ ଶେଷ ହୋଇ ଛନ୍ଦା ଗୟଳ ୩ଟିର ନିର୍ମାଣ ଶେଷ ହୋଇଛି।

ରୂପକାର ସେବକମାନେ ତିନିରଥର ‘ସିଂହାସନ ରାୟ’ ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ପାହି ମହାରଣାମାନେ ଦୋଳବେଦୀଠାରେ ବସନ୍ତ ମହାରଣାଙ୍କ ନେତୃତ୍ୱରେ ସ୍ନାନଯାତ୍ରା ଏବଂ ରଥଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ କାଠ ନିର୍ମିତ ସାଜ ଯଥା କୁରୁମ ପିଢ଼ା, ବେଶ ଘୋଡ଼ିଆ, ଚାଙ୍ଗଡ଼ା ଇତ୍ୟାଦି ନିର୍ମାଣ ଜାରି ରାଖିଛନ୍ତି। ଏହି କାର୍ଯ୍ୟରେ ତୁମ୍ବ ବିନ୍ଧ କାରିଗର ପାହି ନାହାରଣାମାନଙ୍କ ସହ ମିଶି କାଠ ସାଜ ନିର୍ମାଣରେ ସାହାଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe