ପୁରୀ : : ଆଜି ତିନିରଥରେ ‘ବଡ଼ ଥଳ’ ପୋଟଳ ଶେଷ ଭୂଇଁ ଉପରେ ସଂଯୋଗ କରାଯାଇଛି। ଏଥିସହ ପୋଟଳକୁ ଧରି ରଖିବା ପାଇଁ ପୋଟଳ ଚାରି ପାର୍ଶ୍ୱରେ ଦୁଇଟି ଲେଖାଁଏ ୮ଟି ପୋଟଳ ନାହାକା ସଂଯୋଗ ହୋଇଛି। ତିନିରଥରେ ଖପୁରୀ, ପାରାଭାଡିକୁ ମିଶାଇ ମୋଟ୍ ୧୩ ପରସ୍ତ ପୋଟଳ ପଡିଥାଏ। ସେଥିମଧ୍ୟରୁ ଆଜି ତିନି ରଥରେ ‘ବଡ଼ ଥଳ’ ପୋଟଳ ପଡ଼ିଛି। ବାକି ୧୨ ପରସ୍ତ ପୋଟଳ ଯୋଖା କଣ୍ଟା ବାଡ଼ିଆ ଯାଇ ପ୍ରସ୍ତୁତି ଶେଷ ହୋଇଛି।
/sambad/media/post_attachments/wp-content/uploads/2023/06/p61-1-249x300.jpg)
ଆଜି ତିନିରଥରେ ‘ମୂଳ କଇଁଚି’ ବାଡ଼ିଆ ଶେଷ ହୋଇଛି। ତିନିରଥର ଦଧିନଉତି କଳସ ପେଣ୍ଡିରେ ପାଖୁଡା ସଂଯୋଗ ଶେଷହୋଇଛି। ଏଥିରେ ଆଲୁମିନିୟମ ଚାଦର ପଡ଼ିବା ପରେ ଚିତ୍ରକର ସେବକ ସେଥିରେ ପଦ୍ମ ପାଖୁଡା ଚିତ୍ର କାର୍ଯ୍ୟ କରିବେ। ତିନିରଥର ସମ୍ମୁଖ ଦୁଇ ବ୍ରେକ୍ ଚକକୁ ସୁରକ୍ଷା ଦେବା ପାଇଁ ଚକର ଉଭୟ ପାର୍ଶ୍ୱରେ ୪ଟି ଲେଖାଁଏ ଲୁହା ପ୍ଲେଟ ନଟ୍ ବୋଲ୍ଟ ଦ୍ୱାରା ଫିଟିଙ୍ଗ କରାଯାଇଛି। ରେଳ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଜଗ ଲଗାଇ ରଥ ଅଖ ଓ ଚକକୁ ଟେକିବା ପରେ ମହାରଣା ଓ ଭୋଇ ସେବକଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି।
Follow Us