ରଥଖଳା ଚଳଚଞ୍ଚଳ: ତାଗ ବାଡ଼ିଆ କାମ ଶେଷ

ରଥଖଳା ଚଳଚଞ୍ଚଳ: ତାଗ ବାଡ଼ିଆ କାମ ଶେଷ

ପୁରୀ : ଆଜି ତିନିରଥର ସମ୍ମୁଖ ଭାଗକୁ ଛାଡି ତିନି ପାର୍ଶ୍ୱରେ ତାଗ ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥର ବେଦି ନିର୍ମାଣ ପାଇଁ ପଟା ବାଡ଼ିଆ ପୂର୍ବରୁ ଛନ୍ଦା ଗୟଳ ପାର୍ଶ୍ବ ଖାଲି ସ୍ଥାନଗୁଡ଼ିକରେ ବଟନ ବାଡ଼ିଆ କାର୍ଯ୍ୟକୁ ତାଗ ବାଡ଼ିଆ କୁହାଯାଏ। ସେହିଭଳି ତିନିରଥର ପ୍ରଥମ ଭୂଇଁର ଉଭୟ ପଟରେ ଆଜି କଇଁଚି ପଡ଼ିଛି। ଆସନ୍ତାକାଲି ଦ୍ୱିତୀୟ ଭୂଇଁରେ ଅନ୍ଧାରି ତାଗ ଓ ଅଗ ଭୁଇଁରେ କଇଁଛି, ଅନ୍ଧାରି ତାଗ ବାଡ଼ିଆ ପରେ ତିନିରଥରେ ସମସ୍ତ ପୋଟଳ, ପାରା ଭାଡି ଓ ଖପୁରୀ ସଂଯୋଗ ହେବ।

ତିନିରଥର ୪ଟି ଲେଖାଏଁ ଦୁଆର ବେଢା଼ରୁ ଆଜି ତିନିରଥର ଦୁଇଟି ଲେଖାଁଏ ଦୁଆର ବେଢାରେ ଗାରେଡ଼ି ସହ ମଗରମୁଖ ପଟା ସଂଯୋଗ ହୋଇଛି। ତିନିରଥର କଳସ ପାଖୁଡ଼ାରେ ଆଲୁମିନିୟମ୍‌ ଚାଦର ସଂ ଯୋଗ ଶେଷ ପରେ ପଦ୍ମ ପାଖୁଡ଼ା ରଙ୍ଗ କାର୍ଯ୍ୟ ପାଇଁ ଚିତ୍ରକାରଙ୍କୁ ଦିଆଯାଇଛି। ଚିତ୍ରକର ସେବକମାନେ ତିନି ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ କରିବା ସହ ରଥ ପାର୍ଶ୍ୱ ଦେବଦେବୀ, ସଖୀ, ଓଲଟ ଶୁଆ ଆଦିରେ ରଙ୍ଗ କାର୍ଯ୍ୟ ଜାରିରଖିଛନ୍ତି। ରୂପକାର ସେବକମାନଙ୍କ ତିନିରଥର ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ନନ୍ଦିଘୋଷ ରଥର ତିନି ପାର୍ଶ୍ୱରେ ତାଗ ବାଡ଼ିଆ ପରେ ପଛ ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe