ତିନି ରଥର ପ୍ରଭା କାମ ଜାରି

ତିନି ରଥର ପ୍ରଭା କାମ ଜାରି

ପୁରୀ : ଆଜି ତିନିରଥରେ ଶ୍ରୀବିଗ୍ରହମାନଙ୍କ ପ୍ରଭା ସଂଯୋଗ ପାଇଁ ଦୁଇଟି ଲେଖାଁଏ ‘ଧୂଳିଦଣ୍ଡା’ ପଛଆଣି ଚଉଦନାହାକାରେ ବାଡ଼ିଆ ଯାଇଛି। ରଥ ଉପର ଚାରି ପାର୍ଶ୍ୱ କୋଣଗୁଡ଼ିକରେ ବାକି ରହିଥିବା ପଟା ପଡ଼ିବା ଆଜି ଶେଷହୋଇଛି।

ରୂପକାର ସେବକମାନେ ଆଜି ତିନିରଥର ‘ପ୍ରଭା’ରେ ରୂପ ଖୋଦେଇ ଶେଷ କରି ରଥରେ ଘୋଡା ସଂଯୋଗ ପାଇଁ ୧୩ ଫୁଟର ୩ଟି ଈଷ ଜୁଆଳି, ୩ଟି ଲେଖାଁଏ ଆଶାବାଡ଼ି ନିର୍ମାଣ ଆରମ୍ଭ କରିଛନ୍ତି। ନନ୍ଦିଘୋଷ ରଥ ଓ ତାଳଧ୍ୱଜ ରଥ ସାରଥିଙ୍କ ‘ସାରଥୀ କିରଣ’ ନିର୍ମାଣ ଆରମ୍ଭ କରିଛନ୍ତି। ଚିତ୍ରକାର ସେବକମାନେ ତିନିରଥର ବେଦି ତିନି ପାର୍ଶ୍ୱରେ ଗାଈପଲ ଚିତ୍ର ଅଙ୍କନ ଶେଷ କରିବା ସହ ଘୋଡ଼ାଗୁଡ଼ିକର ରଙ୍ଗ କାର୍ଯ୍ୟ, ରଥ ବାହ୍ୟ ଅଂଶ ଓ ପ୍ରଭାରେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଭା ବିଡ଼ିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦରଜି ସେବକମାନେ ତିନି ରଥ ପାଇଁ ବତା କନାର ବିଳାଶ ପଟିରେ ଲେସ୍‌, ଫୁଲକାମ, ଦୁଆର ବେଢ଼ା କନାରେ ଜରି ଜମ୍ବୁରା କାମ, ଚନ୍ଦ୍ରଶାଳି ଓ ଅଁଳାଶ୍ରୀରେ ଲେସ୍‌, ଚିକଣଚକି, ଫୁଲ କାମ ଶେଷ କରିଛନ୍ତି। ସାରଥି ପୋଷାକ, ଛତି, ପୁଲିସ ପତାକା, ଭୋଇ ସେବକଙ୍କ ପତାକା ଓ ଚାନ୍ଦୁଆ କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe