ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ : ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ଗଠିତ କମିଟି ଏକ ଫାର୍ସ

Advertisment
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ : ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ଗଠିତ କମିଟି ଏକ ଫାର୍ସ

ଭୁବନେଶ୍ୱର : ଗୋବର୍ଦ୍ଧନ ମଠ ଆବାହମାନ କାଳରୁ ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳନା କରିବା ତଥା ଦିଶାହୀନ ହେବାରୁ ରକ୍ଷା କରିବା ନିମନ୍ତେ ଦାୟିତ୍ୱ ନେଇଆସିଛି। ଶ୍ରୀକ୍ଷେତ୍ର ଶିକ୍ଷା, ରକ୍ଷା, ସଂସ୍କୃତି ସେବା, ଧର୍ମ, ମୋକ୍ଷର ସ୍ଥଳ ଥିଲା। ମାତ୍ର ରାଜନୈତିକ ଦଳର ନେତାମାନେ ନିଜର ସ୍ୱାର୍ଥ ହାସଲ ପାଇଁ ଏହାକୁ ପତନ ଆଡ଼କୁ ଟାଣିନେଉଛନ୍ତି। ତେଣୁ ଏନେଇ ଶାସନତନ୍ତ୍ର ସଚେତନ ହେବା ଆବଶ୍ୟକ ବୋଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ପ୍ରକାଶ କରିଛନ୍ତି। ରତ୍ନ ଭଣ୍ଡାରକୁ ନେଇ ଚାଲିଥିବା ନାଟକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଶଙ୍କରାଚାର୍ଯ୍ୟ।

ରତ୍ନଭଣ୍ଡାର ଚାବି କାହା ପାଖରେ ରହିବା ପ୍ରସଙ୍ଗରେ ମନ୍ତବ୍ୟ ଦେଇ କହିଥିଲେ ଯେ ଶ୍ରୀମନ୍ଦିର ସହିତ ଜଡ଼ିତ ସମସ୍ତ ଅଂଶୀଦାର ଏନେଇ ସ୍ପଷ୍ଟ ନୁହନ୍ତି। ଚାବି ହଜିବା ନେଇ ସରକାର ଗଠନ କରିଥିବା କମିଟି ଏକ ଫାର୍ସ। ପୂର୍ବରୁ ମଧ୍ୟ ଏକ କମିସନ ଗଠିତ ହୋଇଥିଲା। ମାତ୍ର ଫଳ ଶୂନ। ସେହିପରି ରାଜନୈତିକ ନେତାମାନେ କରୁଥିବା ବୟାନବାଜି କେବଳ ସ୍ୱାର୍ଥବିଦିତ। ରାଜ୍ୟ ସରକାର ବିଭିନ୍ନ ସମୟରେ ଶ୍ରୀମନ୍ଦିରରେ ନିଯୁକ୍ତ ପ୍ରଶାସନ ଦ୍ୱାରା ଗୋବର୍ଦ୍ଧନ ମଠକୁ ତିରସ୍କାର କରିଚନ୍ତି। କିନ୍ତୁ ଶଙ୍କରାଚାର୍ଯ୍ୟ କୌଣସି କୂଟନୀତି ଦେଖେଇନାହାନ୍ତି। ମାତ୍ର ଅବକ୍ଷୟମୁଖୀ ଶ୍ରୀମନ୍ଦିରକୁ ଦିଶାହୀନ ହେବାରୁ ରକ୍ଷା କରିବାକୁ ହେଲେ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଗଜପତି ମହାରାଜ, ସେବାୟତ ଏବଂ ଶ୍ରୀମନ୍ଦିର ସହିତ ଜଡ଼ିତ ମାନ୍ୟଗଣ ବ୍ୟକ୍ତିବିଶେଷ ଏକ ହୋଇ ଗୋବର୍ଦ୍ଧନ ମଠ ସହିତ ବିଚାରବିମର୍ଷ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ରତ୍ନ ଭଣ୍ଡାରରେ କ’ଣ ଥିଲା, ମୂଲ୍ୟବାନ ଅଳଙ୍କାରର ସୂଚୀ କାହା ପାଖରେ ଅଛି, ସେନେଇ ଉପଯୁକ୍ତ ଫୋରମ୍‌ରେ ଚିନ୍ତନ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe