ବଦଳିଲେ ପୁରୀ ଏସ୍‌ପି, କେ ବିଶାଲ ସିଂହ ନୂଆ ଏସ୍‌ପି

Advertisment

ବୀରମିତ୍ରପୁର ଆଇଆଇସି, ବାସେଳୀ ସାହି ଏସ୍‌ଆଇଙ୍କ ସମେତ ୩ ନିଲମ୍ବିତ

ବୀରମିତ୍ରପୁର ଆଇଆଇସି, ବାସେଳୀ ସାହି ଏସ୍‌ଆଇଙ୍କ ସମେତ ୩ ନିଲମ୍ବିତ

ଏସ୍‌ପିଙ୍କ ମିସନ୍‌ ଧଳା ଜହରମୁକ୍ତ ଜଗତସିଂହପୁର,ଜବତ ହେଲାଣି କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର, ୬୪ ଗିରଫ

odishabytes.com

ଭୁବନେଶ୍ୱର : ପୁରୀରେ ହାଜତ ମୃତ୍ୟୁ ଘଟଣାକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଆଜି ଏହାର ପ୍ରଥମ ଶିକାର ହୋଇଛନ୍ତି ପୁରୀ ଏସ୍‌ପି ଅଖିଳେଶ୍ବର ସିଂହ। ତାଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି। ସମ୍ବଲପୁର ଏସ୍‌ପି କେ ବିଶାଲ ସିଂହଙ୍କୁ ପୁରୀ ବଦଳି କରାଯାଇଛି। ଆଜି ରାତିରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ୍ବଲପୁର ଏସ୍‌ପି ଭାବେ କାହାକୁ ନିଯୁକ୍ତି ଦିଆଯାଇନି। ସୂଚନାଯୋଗ୍ୟ ଯେ ଗତ ଜୁଲାଇ ମାସରେ ଅଖିଳେଶ୍ବର ସିଂହଙ୍କୁ ପୁରୀ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ଘଟଣାରେ ଖରାପ ଆଚରଣ ଓ କତ୍ତର୍ବ୍ୟରେ ଅବହେଳା ଯୋଗୁ ବାସେଳୀ ସାହି ଥାନାର ଏସ୍‌ଆଇ ବିପ୍ଳବ କୁମାର ପ୍ରଧାନଙ୍କ ସମେତ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟ ୨ ଜଣ ହେଲେ କନେଷ୍ଟବଳ ବାବୁଲି ବେହେରା ଓ ଜଗନ୍ନାଥ ସ୍ବାଇଁ।

ଅନ୍ୟପକ୍ଷରେ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ପୁଲିସ ମହାନିର୍ଦ୍ଦେଶକ ଅଭୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବୀରମିତ୍ରପୁର ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe