କରୋନା କଟକଣା ଆଳରେ ବଡ଼ଦେଉଳକୁ ପୁଲିସର ଅଣଦେଖା : ମୁକୁଳା ପଡ଼ିଛି ଶ୍ରୀମନ୍ଦିରର ଚାରିଦ୍ବାର

Advertisment

ନାହାନ୍ତି ବନ୍ଧୁକଧାରୀ ପୁଲିସ, ବଡ଼ ବାବୁମାନେ ବି ଚୁପ୍

ନାହାନ୍ତି ବନ୍ଧୁକଧାରୀ ପୁଲିସ, ବଡ଼ ବାବୁମାନେ ବି ଚୁପ୍

କରୋନା କଟକଣା ଆଳରେ ବଡ଼ଦେଉଳକୁ ପୁଲିସର ଅଣଦେଖା : ମୁକୁଳା ପଡ଼ିଛି ଶ୍ରୀମନ୍ଦିରର ଚାରିଦ୍ବାର

ପୁରୀ : କରୋନା ଯୋଗୁଁ ଏବେ କଡ଼ା କଟକଣା। ତେବେ ଏହି କଟକଣା ଆଳରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଏବେ ମୁକୁଳା ପଡ଼ିଛି। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଏବେ ମନ୍ଦିର ଜନଶୂନ୍ୟ ରହିଛି। ଫଳରେ ଏବେ ମନ୍ଦିରରେ ଯାଞ୍ଚ ବ୍ୟବସ୍ଥ‌ା ନାହିଁ। ତେବେ ଏହି ଆଳରେ ପୁଲିସ ଶ୍ରୀମନ୍ଦିର ସୁରକ୍ଷା କଥା ଭୁଲିଯାଇଛି। ପୂର୍ବରୁ ପ୍ରତ୍ୟହ ପ୍ରହରା ଦେଉଥିବା ଶତାଧିକ ପୁଲିସ ଏବେ ନାହାନ୍ତି। କଟକଣା ଆଳରେ ଶ୍ରୀମନ୍ଦିର ପୁଲିସ ସବୁ କିଛି ହାଲୁକା‌ରେ ନେଉଛି। ଅତି ଅସହାୟ ଅବସ୍ଥାରେ ମନ୍ଦିର ସୁରକ୍ଷାକୁ ଛାଡି ଦିଆଯାଇଛି।

publive-imageସିଂହଦ୍ବାରକୁ ଜଣେ ଦୁଇ ଜଣ ଜେଟିପି( ଜଗନ୍ନାଥ ଟେମ୍ପୁଲ ପୁଲିସ)ଙ୍କ ହାତରେ ଛାଡ଼ି ଦିଆଯାଇଛି। ସେହିଭଳି ଦକ୍ଷିଣଦ୍ବାର, ଉତ୍ତରଦ୍ବାର, ପଶ୍ଚିମ ଦ୍ବାର ମଧ୍ୟ ମୁକୁଳା। ସବୁଠି ଜଣେ ଦୁଇଜଣ ପୁଲିସ ଶ୍ରୀମନ୍ଦିରକୁ ଜଗି ରହିଛନ୍ତି। ଚାରଦ୍ବାରରେ ଏବେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସଙ୍କ ହାତରେ ବନ୍ଧୁକ ତ’ ଦୂରର କଥା ବାଡ଼ିଟିଏ ନଥିବ‌ା ଅଭିଯୋଗ ‌ହୋଇଛି। ଦିନ ବେଳେ ଯାହା ଯେମିତି ହେଉଛି, ରାତିରେ ସ୍ଥିତି ଆହୁରି ଦୟନୀୟ ହୋଇପଡୁଛି। ଏଭଳି ସ୍ଥିତିରେ ଯଦି କିଛି ଅଘଟଣ ଘଟେ ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।

କୋଟି କୋଟି ଲୋକଙ୍କ ଆରାଧ୍ୟ ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ଏଭଳି ମୁକୁଳା ଛାଡ଼ିଦେବା ଘଟଣାକୁ ସେବକ ଓ ସ୍ଥାନୀୟ ଲୋକ ନିନ୍ଦା କରିଛନ୍ତି। ତେବେ ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ସମ୍ବାଦ ଟିମ ପକ୍ଷରୁ ଆଜି ରାତି ୮ଟାରେ ଶ୍ରୀମନ୍ଦିର ଚାରିଦ୍ବାରା ସୁରକ୍ଷାକୁ ନେଇ ଏକ ଗ୍ରାଉଣ୍ଡ ଜିରୋ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲ। ଭକ୍ତ ନଥିବ‌ାରୁ ପୁଲିସ ଥକ୍‌କା ମାରୁଥିଲେ। ଚାରିଦ୍ବାରେ ଆବଶ୍ୟକ ସୁରକ୍ଷ‌ା କର୍ମୀ ନଥି‌ଲେ। ସିଂହଦ୍ବାରରେ ଦୁଇଜଣ ଜେଟିପି ଥିଲେ। ଅନ୍ୟ ଦ୍ବାରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe