ଆଜିଠୁ ଶ୍ରୀମନ୍ଦିର ତିନି ଦିନ ବନ୍ଦ, ସୋମବାରରୁ ନୂଆ କଟକଣା ସହ ଦର୍ଶନ

Advertisment
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଶୁକ୍ରବାରଠାରୁ ତିନିଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଘୋଷଣା କରିଛି ମନ୍ଦିର ପ୍ରଶାସନ। ସୋମବାରଠାରୁ ନୂଆ କଟକଣାରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଏହି ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି।

publive-image

ମନ୍ଦିର ପ୍ରଶାସନ ସୂଚନା ମୁତାବକ, ଶୁକ୍ରବାର ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି। ସେପଟେ ପୂର୍ବ ଏସ୍‌ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଲଗାତର ତିନିଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ସୋମବାରଠାରୁ ଭକ୍ତମାନେ ପରିବର୍ତ୍ତିତ ନୂଆ ଏସ୍‌ଓପି ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ କରିବେ। କେବଳ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ବାକି ୬ ଦିନ ଭକ୍ତମାନେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସେପଟେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କଟକଣା ହଟାଇ ଦିଆଯାଇଥିବାରୁ ସୋମବାରଠାରୁ ଭକ୍ତମାନେ ଆନନ୍ଦବଜାରରେ ବସି ସପରିବାର ମହାପ୍ରସାଦ ସେବନ କରିପାରିବେ। ମହାପ୍ରଭୁଙ୍କ ପାଇଁଫୁଲ, ଦୀପ, ଧୂପ ନେଇ ଶ୍ରୀମନ୍ଦିରକୁ ଯାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe