ଶ୍ରୀମନ୍ଦିର କଟକଣା କୋହଳ, ଏଣିକି ଶନିବାର ଦର୍ଶନ

Advertisment
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ରାତି ୯ ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର
ଭକ୍ତ ନେଇପାରିବେ ଦୀପ, ଫୁଲ ଓ ଭୋଗ
ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ ଅନୁମତି

ପୁରୀ : ରାଜ୍ୟ ସରକାର କୋଭିଡ୍ କଟକଣା କୋହଳ କରିବା ପରେ ମହାପ୍ରଭୁଙ୍କ ଦର୍ଶନ କଟକଣା କୋହଳ କରିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରତି ସପ୍ତାହରେ ଶନିବାର ଓ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହୁଥିଲା। ମନ୍ଦିର ପ୍ରଶାସନ ଶନିବାର କଟକଣାକୁ ହଟାଇ ଦେଇଛି। ଏବେ ସପ୍ତାହକୁ ୬ ଦିନ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। କେବଳ ରବିବାର ବିଶୋଧନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ସେପଟେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନର ଅନୁମତି ଦେଇଛି ପ୍ରଶାସନ। ଆଗରୁ ଶ୍ରୀମନ୍ଦିର ଭିତରେ ଦୀପ, ଧୂପ ଲଗାଇବାରେ କଟକଣା ଲଗାଯାଇଥିଲା। ଆଜି ଏହି କଟକଣାକୁ ହଟାଇ ଦିଆଯାଇଛି। ଭିଡ଼କୁ ନଜରରେ ରଖି ସ୍ବତନ୍ତ୍ର ପର୍ବପର୍ବାଣୀରେ ଶ୍ରୀମନ୍ଦିର ବନ୍ଦ ରଖାଯାଇଛି। ଆଜି ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପରିବର୍ତ୍ତିତ ଏସ୍‌ଓପି ଜାରି ହୋଇଛି। ପରିବର୍ତ୍ତିତ ନିୟମ ଆସନ୍ତା ୧୩ ତାରିଖରୁ ଲାଗୁହେବ।

ବୁଧବାର ମଧ୍ୟାହ୍ନରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ। ପରିବର୍ତ୍ତିତ ଏସ୍‌ଓପି ଅନୁଯାୟୀ, ଏଥର ଶ୍ରୀମନ୍ଦିର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ। କୋଭିଡ୍‌ ସଂକ୍ରମଣ ଆଶଙ୍କା ରହିଥିବାରୁ ୧୦ ଗଣେଶ ପୂଜା, ୧୭ ବାମନ ଜନ୍ମ, ସୁନିଆ ଓ ବିଶ୍ବକର୍ମା ପୂଜା, ଅକ୍ଟୋବର ୬ ମହାଳୟା, ଅକ୍ଟୋବର ୧୫ ଦଶହରା ଏବଂ ଅକ୍ଟୋବର ୨୦ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବଭଳି ଭକ୍ତମାନେ ଡବଲ୍‌ ଡୋଜ୍‌ ନେଇଥିବାର ଟିକା ପ୍ରମାଣପତ୍ର ଅବା ୯୬ ଘଣ୍ଟାର ‌କୋଭିଡ୍‌ ଆର୍‌ଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇ ମନ୍ଦିରକୁ ପ୍ରବେଶ କରିବେ। ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ପ୍ରଶାସନର ସ୍ଥିର ହୋଇଥିବା ଜାଗାରେ ଦୀପଦାନ କରିବେ। ଫୁଲ, ଭୋଗ ନେଇପାରିବେ। ଆନନ୍ଦବଜାରର ସ୍ଥିର ହୋଇଥିବା ସ୍ଥାନରେ ମହାପ୍ରସାଦ ସେବନ କରିପାରିବେ। ଏହା ଉପରେ ବିଭିନ୍ନ ନିଯୋଗ ଓ ମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରି ଜିଲ୍ଲାପାଳ ବିଧିବଦ୍ଧ ନିଷ୍ପତ୍ତି ନେବେ।

ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ରହିବ। ଜଗନ୍ନାଥ ବଲ୍ଲଭରେ ଗାଡ଼ି ପାର୍କିଂ ହେବ। ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ଓ ୧୦ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଦର୍ଶନ ପାଇଁ ନ ଆସିବାକୁ ମନ୍ଦିର ପ୍ରଶାସନ ନିବେଦନ କରିଛି। ସ୍ବତନ୍ତ୍ର କିଓସ୍କ କେନ୍ଦ୍ରରେ ପରିଚୟ ପ୍ରମାଣପତ୍ର ସହ କୋଭିଡ୍‌ ଟିକାର ପ୍ରମାଣପତ୍ର ଅବା କୋଭିଡ୍‌ ନେଗେଟିଭ୍‌ ପ୍ରମାଣପତ୍ର ଦେଖାଇ ଭକ୍ତମାନେ ଦର୍ଶନ ପାଇଁ ପ୍ରବେଶ କରିବେ। ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ ପରେ ମହାପ୍ରଭୁଙ୍କ ଦର୍ଶନ କରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିବା ବ୍ୟବସ୍ଥା କରାଯାଇଛି। ନଭେମ୍ବରରେ ପୁନର୍ବାର ‌ଦର୍ଶନ ଉପରେ ବୈଠକ ବସିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe