ପୁରୀରେ ହେବ ବିଶ୍ବସ୍ତରୀୟ ସଂଗ୍ରହାଳୟ, ପାଠାଗାର, ଆକ୍ବାରିୟମ୍‌: ମୁଖ୍ୟମନ୍ତ୍ରୀ

ଶ୍ରୀଲ ପ୍ରଭୁପାଦ ଭକ୍ତି, ସେବା ଓ ନୈତିକତାର ପ୍ରତୀକ ଥ‌ିଲେ। ମାତ୍ର ୧୦ବର୍ଷ ବୟସରେ ଶ୍ରୀମଦ୍‌ ଭଗବତ ଗୀତାକୁ ମୁଖସ୍ଥ କରି ତାଙ୍କ ଅସାଧାରଣ ପ୍ରତିଭାର ‌ସେ ପରିଚୟ ଦେଇଥିଲେ। ଶ୍ରୀଚୈତନ୍ୟଙ୍କ ଜୀବନ ଦର୍ଶନର ପ୍ରଚାରପ୍ରସାର ପାଇଁ ନିଜ ଜୀବନକୁ ସେ ସମର୍ପିତ କରିଥିଲେ।

sfhfshshffh

କଟକ: ଶ୍ରୀଲ ପ୍ରଭୁପାଦ ଭକ୍ତି, ସେବା ଓ ନୈତିକତାର ପ୍ରତୀକ ଥ‌ିଲେ। ମାତ୍ର ୧୦ବର୍ଷ ବୟସରେ ଶ୍ରୀମଦ୍‌ ଭଗବତ ଗୀତାକୁ ମୁଖସ୍ଥ କରି ତାଙ୍କ ଅସାଧାରଣ ପ୍ରତିଭାର ‌ସେ ପରିଚୟ ଦେଇଥିଲେ। ଶ୍ରୀଚୈତନ୍ୟଙ୍କ ଜୀବନ ଦର୍ଶନର ପ୍ରଚାରପ୍ରସାର ପାଇଁ ନିଜ ଜୀବନକୁ ସେ ସମର୍ପିତ କରିଥିଲେ। ଆଜିର ସମୟରେ ତାଙ୍କର ପ୍ରାସଙ୍ଗିକତା ରହିଛି ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୌଡ଼ୀୟ ମିସନ୍‌ ପକ୍ଷରୁ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଦୁଇ ଦିନିଆ ଶ୍ରୀଶ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଉତ୍ସବ ଓ କଟକସ୍ଥିତ ଶ୍ରୀସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ‌ଯେ, କଟକସ୍ଥିତ ଶ୍ରୀସଚ୍ଚିଦାନନ୍ଦ ମଠ ଶହେ ବର୍ଷ ହେଲା ଜ୍ଞାନଦୀପ୍ତି ବାଣ୍ଟିବା ସହିତ ଆତ୍ମଚିନ୍ତନର ମାର୍ଗ ଦର୍ଶନ କରିଆସୁଛି। ସଂକଟ ଦେଇ ଗତି କରୁଥିବା ବର୍ତ୍ତମାନ ସମାଜ ପାଇଁ ଆଧ୍ୟାତ୍ମିକତାର ଆବଶ୍ୟକତା ରହିଛି। ଏଥିପାଇଁ ଏଭଳି ସାଧୁସନ୍ଥଙ୍କ ସମ୍ମେଳନ ଜରୁରି। ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଅସ୍ମିତାର ପ୍ରତୀକ। ତେଣୁ ପୁରୀର ବିକାଶ ପାଇଁ ସରକାର ଯତ୍ନବାନ ଅଛନ୍ତି। ପୁରୀରେ ବିଶ୍ବସ୍ତରୀୟ ସଂଗ୍ରହାଳୟ, ପାଠାଗାର, ଆକ୍ବାରିୟମ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ। ଉତ୍ସବରେ ମୁଖ୍ୟମନ୍ତ୍ରୀ ଅନୁଷ୍ଠାନର ସ୍ମରଣିକାକୁ ଉନ୍ମୋଚନ କରିଥିଲେ।

ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଦିବସ

ସମାରୋହରେ ଗୌଡ଼ୀୟ ମିସନ୍‌ ସଭାପତି ଶ୍ରୀମଦ୍ ଭକ୍ତି ସୁନ୍ଦର ସନ୍ନ୍ୟାସୀ ଗୋସ୍ୱାମୀ ମହାରାଜ କହିଥିଲେ ଯେ, ଶ୍ରୀଲ ପ୍ରଭୁପାଦ ଶ୍ରୀଚୈତନ୍ୟ ଦେବଙ୍କ ବାଣୀକୁ ପ୍ରସାର ପ୍ରଚାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶ୍ରୀଲ ପ୍ରଭୁପାଦ କେବଳ ଭକ୍ତି, ଜ୍ଞାନର ପ୍ରଚାର କରୁ ନ ଥିଲେ; ଆହୁରି ମଧ୍ୟ ଓଡ଼ିଶାରେ ଗୌଡ଼ୀୟ ମିସନର ୫ଟି ଶାଖା ପ୍ରତିଷ୍ଠା ସହ କୁଷ୍ଠରୋଗୀଙ୍କ ସେବା ପାଇଁ ଦୁଇଟି ଅନୁଷ୍ଠାନ ଗଢ଼ିଥିଲେ। ଏହି ଅବସରରେ ଶ୍ରୀ ‌ଗୋସ୍ବାମୀ ପୁରୀରେ ଥିବା ଉକ୍ତ କୁଷ୍ଠାଶ୍ରମକୁ ଅବହେଳିତ ବରିଷ୍ଠ ନାଗରିକଙ୍କ ସେବା କେନ୍ଦ୍ରରେ ରୂପ‌ାନ୍ତର କରିବା ପାଇଁ ରାଜ୍ୟ ସରକାର ସହାୟତା ଦେବାକୁ ଅନୁରୋଧ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶାର କ୍ରୀଡ଼ା ଓ ଯୁବାସେବା, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ, ଭାରତର ଆଧ୍ୟାତ୍ମିକ ଶକ୍ତିକୁ ବିଶ୍ବ ସମୁଦାୟ ଆଗରେ ପ୍ରଦର୍ଶନ କରିବାର ସମୟ ଆସିଛି। ପ୍ରଭୁପାଦଙ୍କ ଭଳି ଅସାଧାରଣ ସନ୍ଥଙ୍କ ସମ୍ମେଳନ ଏହି ସ୍ବପ୍ନକୁ ବାସ୍ତବ ରୂପ ‌ଦେବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ପ୍ରକାଶ କରିଥିଲେ। ବିଶିଷ୍ଟ ଅତିଥି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ଯେ, ନୈତିକତାର ଅବକ୍ଷୟ ବେଳେ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ଜରୁରି। ଆଧ୍ୟାତ୍ମିକତା ସହ ସନ୍ନ୍ୟାସୀମାନଙ୍କ ପରାମର୍ଶ ଶାସନକୁ ସ୍ବଚ୍ଛ ଓ ସମୃଦ୍ଧ କରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶାବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ଶ୍ରୀମଦ୍‌ ଭକ୍ତି ବିଚାର ଭାରତୀ ମହାରାଜ, ଗୌଡ଼ୀୟ ମିସନ କମିଟି ସଦସ୍ୟ ଉମେଶ ଖଣ୍ଡେଲୱାଲ, ପ୍ରଭୁପାଦ ମୁନି ମହାରାଜ, ଅଦୈତ୍ୟ ଚରଣ ଦତ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ଗୌଡ଼ୀୟ ବୈଷ୍ଣବ ସମ୍ମିଳନୀ ସଭ୍ୟ ଭକ୍ତି ବୋଧାୟନ ବେଦାନ୍ତ ମହାରାଜ ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଭକ୍ତି ରୂପକ ରାଧାନ୍ତି ମହାରାଜ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe