ନବୀନ ନିବାସକୁ ପଦଯାତ୍ରାରେ ବାହାରିଲେ ପୂର୍ଣ୍ଣଚନ୍ଦ୍ର

Advertisment
ନବୀନ ନିବାସକୁ ପଦଯାତ୍ରାରେ ବାହାରିଲେ ପୂର୍ଣ୍ଣଚନ୍ଦ୍ର

ଜଳେଶ୍ବର: ଜୁଲାଇ ୧ ତାରିଖକୁ ଚକ୍ଷୁ ଦିବସ ଘୋଷଣା କରିବା, ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ମଧ୍ୟାହ୍ନଭୋଜନରେ ଶାଗ ତରକାରୀ ଦେବା, ପ୍ରାଥମିକ ଶିକ୍ଷା ପାଠ୍ୟକ୍ରମରେ ଚକ୍ଷୁର ଯତ୍ନ ବିଷୟକୁ ଅନ୍ତର୍ଭୁକ୍ତ କରିବା, ସବୁ ସ୍କୁଲ୍‌ରେ ଅଲ୍‌ଚିକି ଶିକ୍ଷକ ନିଯୁକ୍ତି ଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥରାଶିକୁ ସର୍ବନିମ୍ନ ୫ ଲକ୍ଷ ଟଙ୍କା କରିବା, ଓଡ଼ିଶାକୁ ମଦମୁକ୍ତ କରିବା ଆଦି ୮ ଦଫା ଦାବି ପୂରଣ ପାଇଁ ଜଳେଶ୍ବର ବ୍ଲକ୍‌ ବିରେଶପୁର ଗାଁ’ର ଯୁବକ ପୂର୍ଣ୍ଣଚନ୍ଦ୍ର ସିଂ ଆଜି ନବୀନ ନିବାସକୁ ପଦଯାତ୍ରାରେ ବାହାରିଛନ୍ତି।

ନବୀନ ନିବାସରେ ପହଞ୍ଚିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି। ଶ୍ରୀ ସିଂ ପୂର୍ବାହ୍ନ ୧୦ଟାରେ ଲକ୍ଷ୍ମଣନାଥ ରାୟ ମହାଶୟ ଗଡ଼ରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଜଳେଶ୍ବର ଶ୍ରୀଜଗନ୍ନାଥ ମନ୍ଦିର ଓ ମା’ କାଳୀ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe