ବାଇଶିପାହାଚରେ ଠେଲାପେଲା: ଅବଢ଼ା ସହ ଖସିପଡ଼ି ବୋଝିଆ ଗୁରୁତର, ଭିଡ଼ରେ ଫସିଲେ ୨ ମହିଳା

ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

the financial express

ପୁରୀ: ବାହାର ଯନ୍ତ୍ରଣା ଅପେକ୍ଷା ଶ୍ରୀମନ୍ଦିର ଭିତର ଯନ୍ତ୍ରଣା ବଳିଗଲାଣି। ନାଟମଣ୍ଡପ, ସାତପାହାଚ ସ୍ଥିତି ଅଣାୟତ ହୋଇପଡ଼ୁଛି। ଆଜି ଗରମ ଡାଲି ପଡ଼ି ଜଣେ ବୋଝିଆ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ବୃଦ୍ଧ ଅଣନିଃଶ୍ବାସୀ ହୋଇ ହୋଇ ପଡ଼ିଛନ୍ତି। ଦୁଇଜଣଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁରୀ ସଦର ଥାନା କଣ୍ଠପୁରର ବୋଝିଆ ଜମ୍ବେଶ୍ବର ବରାଳ(୪୦) ପ୍ରାୟ ସାଢ଼େ ୩ଟାରେ ବେତାରେ ମହାପ୍ରସାଦ ନେଇ ଆସୁଥିବା ବେଳେ ବାଇଶିପାହାଚ ଠେଲାପେଲାରେ ମୁଣ୍ଡରୁ ମହାପ୍ରସାଦ ଗଳି ପଡ଼ିଥିଲା। ଫଳରେ ଗରମ ଡାଲି, ବେସର ଆଦି ଦେହରେ ପଡ଼ିଯାଇଥିଲା। ଏଥିରେ ଜମ୍ବେଶ୍ବରଙ୍କ ମୁଣ୍ଡ, ବେକ, ହାତ ଛାତି ସହ ଶରୀରର ଅନ୍ୟାନ୍ୟ ସ୍ଥାନ ଫୋଟକା ହୋଇଯାଇଛି। ହଠାତ୍‌ ମୁଣ୍ଡରୁ ବୋଝ ଗଳି ପଡ଼ିବାରୁ ବେକରେ ବି ଗଭୀର ଆଘାତ ଲାଗିଛି। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ଏମ୍‌ସ ପଠାଇ ଦିଆଯାଇଛି।

ଅନ୍ୟପଟେ ଆଜି ମଧ୍ୟାହ୍ନରେ ଅତ୍ୟଧିକ ଭିଡ଼ କାରଣରୁ ଦର୍ଶନ ବେଳେ ଶ୍ରୀମନ୍ଦିର ଭିତରେ ଅଣନିଃଶ୍ବାସୀ ହୋଇ ଜଣେ ୭୫ ବର୍ଷୀୟ ବୃଦ୍ଧ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ବୃଦ୍ଧା ଜଣକ ପଶ୍ଚିମବଙ୍ଗର ମୂରଲୀ ମଣ୍ଡଳ। ତାଙ୍କୁ ଗୁରୁତର ଅବସ୍ଥାରେ ଉତ୍ତରଦ୍ବାର ଦେଇ ଷ୍ଟ୍ରେଚର୍‌ରେ ବାହାରକୁ ଅଣାଯିବା ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ମରିଚିକୋଟ ଲେନ୍‌ର ରୀନା ନାୟକ ନାମକ ଆଛ ଜଣେ ମହିଳା ଆଜି ଶ୍ରୀମନ୍ଦିର ଭିଡ଼ରେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ହାତରେ ଆଘାତ ଲାଗିଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe