ପ୍ରଚାରରେ ଶେଷ ସ୍ପର୍ଶ ଦେଲା ବିଜେଡି 

Advertisment
ପ୍ରଚାରରେ ଶେଷ ସ୍ପର୍ଶ ଦେଲା ବିଜେଡି 

ପାଇକମାଲ: ଉପନିର୍ବାଚନ ପାଇଁ ଶନିବାର ବିଧିବଦ୍ଧ ଭାବେ ପ୍ରଚାର ଶେଷ ହୋଇଛି। ଏଥିପାଇଁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପଦ୍ମପୁର ନିର୍ବାଚନମଣ୍ତଳୀର ତିନି ଗୋଟି ବ୍ଲକ୍‌ ପଦ୍ମପୁର, ଝାରବନ୍ଧ, ପାଇକମାଳର ବିଭିନ୍ନ ଗାଁ ପରିକ୍ରମା କରିଥିଲେ। ଏହିକ୍ରମରେ ସଂଧ୍ୟାରେ ବର୍ଷା ନିଜ ଗାଁ ପାଇକମାଳ ବ୍ଲକ୍‌ର କେର୍ମେଲାବାହାଲରେ ପହଂଚି ଇଷ୍ଟଦେବୀଙ୍କ ଆଶୀର୍ବାଦ ନେଇଥିଲେ। ପରେ ହରଡ଼ାଟାଲ, ତେତେଲଖୁଣ୍ଟି, ନରସିଂହପୁର, ଝାଙ୍କରପାଲି ଆଦି ଗାଁକୁ ଯାଇ ଘର ଘର ବୁଲି ଲୋକଙ୍କୁ ଭେଟି ଶଙ୍ଖଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।

ସୂଚନାଯୋଗ୍ୟ, ବିଜେପି ପ୍ରାର୍ଥୀଙ୍କ ନିଜ ଘର ପାଇକମାଳ ହୋଇଥିବା ସତ୍ତ୍ବେ ଏଠାରେ ବର୍ଷାଙ୍କୁ ବିପୁଳ ସଂଖ୍ୟାରେ ଲୋକଙ୍କ ସମର୍ଥନ ମିଳିଥିଲା। ଶୁକ୍ରବାର ଏଠାରେ ବିଜେଡିର ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପାଇକମାଳକୁ ଏନ୍‌ଏସି କରିବା ପାଇଁ ଘୋଷଣା କରିଥିଲେ। ଏଥିସହ ଏଠିକାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେବା ପାଇଁ ଘୋଷଣା କରି ମୁଖ୍ୟମନ୍ତ୍ରୀ ଅଂଚଳବାସୀଙ୍କ ସମର୍ଥନ ସାଉଁଟି ସାରିଛନ୍ତି। ବିରୋଧୀମାନେ ତାଙ୍କ ନାଁରେ ନାନାଦି ଟାହିଟାପରା କରୁଛନ୍ତି। ଏହାର ଜବାବ ଆସନ୍ତା ୫ ତାରିଖ ଦିନ ଦେବାକୁ ବର୍ଷା ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ବିପୁଳ ସଂଖ୍ୟାରେ ମତଦାନ କରି ତାଙ୍କୁ ମୁକୁଟ ପିନ୍ଧାଇବାକୁ ନିବେଦନ କରିଥିଲେ। ବର୍ଷାଙ୍କ ସହ ପ୍ରଚାରର ଶେଷ ଦିନରେ ବିଜେଡିର ବହୁ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe