ପି ଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ର ମନ୍ତ୍ରୀ

ପି ଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : ବ୍ୟାଡମିଣ୍ଟନ୍ ଖେଳାଳି ତଥା ବିଶ୍ବ ବିଜୟିନୀ ପି ଭି ସିନ୍ଧୁ ଓ ତାଙ୍କ ପିତା ପି ଭି ରମଣ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ପି ଭି ସିନ୍ଧୁଙ୍କୁ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧିତ କରିବା ସହ ୨୦୨୦ ଅଲମ୍ପିକ୍ସ ପାଇଁ ଶୁଭକାମନା ଜଣାଇଥିଲେ। କେନ୍ଦ୍ର ମନ୍ତ୍ରୀ ତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ଅବସରରେ ଭାରତ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସ୍ମାରକ ମୁଦ୍ରା ଓ ଓଡ଼ିଆ ସାଲ୍‌ ଉପହାର ଭାବେ ପ୍ରଦାନ କରିଥିଲେ। ସ୍ବଚ୍ଛ ଭାରତ ମିସନ୍, ଜଳଶକ୍ତି ଅଭିଯାନ ପରି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ସିନ୍ଧୁଙ୍କୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ସେ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‌ର ବ୍ରାଣ୍ଡ୍ ଆମ୍ବାସଡର୍ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe