ନିଆଁରେ ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ପିଭିସି ପାଇପ୍‌

Advertisment
ନିଆଁରେ ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ପିଭିସି ପାଇପ୍‌

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ମେଗା ପାନୀୟ ଜଳପ୍ରକଳ୍ପ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାର ପିଭିସି ପାଇପ ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଛି। ଖୁରି ଗାଁ ପଞ୍ଚାୟତ ସଦରର ଏକ ସ୍ଥାନରେ ଗଛିତ ଥିବା ପାଇପରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯାଇ ଥିଲା। ଏନେଇ କାଶୀପୁର ପୁଲିସ ଏବଂ ଦମକଳବାହିନୀଙ୍କୁ ତୁରନ୍ତ ଖବର ଦିଆଯାଇ ଥିଲା। ଖୁରିଗାଁ ଠାରୁପ୍ରାୟ ଚାରି କିଲୋମିଟର ଦୂରରେ ଥିବା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇ ଥିବାର ଜଣାଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। କିନ୍ତୁ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ପାଣିପାଇପ ପୋଡ଼ି ପାଉଁଶ ହୋଇଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe