୧୪ ପୂର୍ବରୁ ଦାବି ପୂରଣ ନ ହେଲେ ବସ୍‌ ବନ୍ଦ

ପୁଣି ଧମକ ଦେଲେ ଘରୋଇ ବସ୍‌ ମାଲିକ

ବସ୍‌ ଭଡ଼ା ବଢ଼ିଲା, ଯାତ୍ରୀଙ୍କ ଉପରେ ପଡ଼ିବ ଅତିରିକ୍ତ ବୋଝ

ଭୁବନେଶ୍ୱର : ଘରୋଇ ବସ୍‌ ମାଲିକମାନେ ସରକାରଙ୍କୁ ପୁଣି ଧମକ ଦେଇଛନ୍ତି। ଦୀର୍ଘ ଦିନ ଧରି ହେଉଥିବା ଦାବିଗୁଡ଼ିକ ପୂରଣ ପାଇଁ ମାର୍ଚ୍ଚ ୧୪ ତାରିଖ କଣ୍ଟ ରଖିଛନ୍ତି। ଏହି ତାରିଖ ପୂର୍ବରୁ ଦାବି ପୂରଣ ନ ହେଲେ ୧୪ ତାରିଖ ପୂର୍ବାହ୍ନରୁ ସାରା ରାଜ୍ୟରେ ୧୭ ହଜାର ବସ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

ରାଜ୍ୟ ବସ୍‌ ମାଲିକ ସଂଘର ଏକ ଜରୁରୀ ସାଧାରଣ ପରିଷଦ ବୈଠକ ଆଜି ସଭାପତି ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ୧୧ ଦଫା ଦାବି ନେଇ ଆଲୋଚନା ହୋଇଥିଲା। ଅକ୍ଟୋବର ମାସରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଛି। କିନ୍ତୁ ଦାବି ପୂରଣ ନେଇ ସରକାର ପଦକ୍ଷେପ ନେଉ ନ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ୧୪ ତାରିଖ ପୂର୍ବରୁ ସରକାର ଦାବି ମାନି ନ ନେଲେ ବସ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି। ବୈଠକରେ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଲୋକନାଥ ପାଣିଙ୍କ ସମେତ ସମସ୍ତ ଆଞ୍ଚଳିକ ସଂଘର ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe