ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ କର୍ଣ୍ଣପାଲିସ୍ଥିତ ନାହିକଟା ବନ୍ଧରୁ ଶନିବାର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଶୁକ୍ରବାର ରାତିରେ କିଛି ଯୁବକ ମାଛ ମାରିବା ପାଇଁ ବନ୍ଧରେ ଜାଲ ପକାଇଥିଲେ। ତେବେ ମାଛ ପରିବର୍ତ୍ତେ ଏକ ଅଜଗର ସାପ ଜାଲରେ ଲାଗି ଯାଇଥିଲା। ସକାଳୁ ଜାଲ ବିଛାଇଥିବା ଯୁବକ ଯାଇ ଦେଖିବା ବେଳକୁ ଜାଲରେ ଏହି ବିରାଟ ଅଜଗର ସାପଟି ଲାଗି ରହିଥିଲା। ଏହାଦେଖି ଯୁବକଜଣକ ଭୟଭୀତ ହୋଇ ପଡ଼ିଥିଲା। ତେବେ ଜାଲ ସମେତ ସାପକୁ ଉପରକୁ ଅଣା ଯାଇଥିଲା। ସାପଟିକୁ ଗାଁ’କୁ ଆଣିବା ପରେ ଯାଲୋଏ ବନ ବିଭାଗକୁ ଖବର ଦେବାରୁ ବନ କର୍ମଚାରୀମାନେ ଆସି ଏହାକୁ ଉଦ୍ଧାର କରିଥିଲେ। ଏହାପରେ ଅଜଗର ସାପଟିକୁ କୋଟସମଲାଇ ମେଣ୍ଡଳୀମୁଣ୍ଡା ଚେକ୍ ଡ୍ୟାମରେ ଛାଡ଼ି ଦେଇଥିବା ସୂଚନା ମିଳିଛି। ବିଶେଷଜ୍ଞଙ୍କ ଅନୁସାରେ ସାପଟିର ବୟସ ପ୍ରାୟ ୮ ବର୍ଷ ବୋଲି ଜଣାପଡ଼ି ଥିବାବେଳେ ଏହାର ଲମ୍ବ ୯ ଫୁଟ ଥିବା ଜଣାପଡ଼ିଛି।
ମାଛ ଜାଲରେ ପଡ଼ିଲା ଅଜଗର
Advertisment
Follow Us