ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ କଞ୍ଜା ଗ୍ରାମର ଏକ କୁକୁଡ଼ା ଫାର୍ମରେ ପଶି ୮ଫୁଟର ଅଜଗର ସାପ କୁକୁଡ଼ା ଗିଳୁଥିବା ବେଳେ ଉଦ୍ଧାର ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ କଞ୍ଜା ଗ୍ରାମର ଆର୍ତ୍ତତ୍ରାଣ ଗଡନାୟକଙ୍କ ଏକ କୁକୁଡ଼ା ଫାର୍ମ ରହିଛି। ଆଜି ଅପରାହ୍ନରେରେ ସେ କୁକୁଡ଼ା ଫାର୍ମ ନିକଟରେ କାର୍ଯ୍ୟ କରୁଥିବା ବେଳେ ସେଠାରେ ଏକ ଅଜଗର ସାପ କୁକୁଡ଼ା ଫାର୍ମରେ ପଶି ଏକ କୁକୁଡ଼ା ଗିଳୁଥିବା ଦେଖିବାକୁ ପାଇଥିଲେ। ଫଳରେ ସେ ଭୟଭୀତ ହୋଇ ସେଠାରୁ ଚାଲିଆସି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମର ଲୋକମାନେ ଏ ସମ୍ପର୍କରେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ।
ଶ୍ରୀ ବେହେରା କୁକୁଡା ଫାର୍ମରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ସହାୟତାରେ ସର୍ପମିତ୍ର ଶ୍ରୀ ବେହେରା ଏହି ୮ଫୁଟର ଅଜଗରକୁ ସେଠାରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପଟି ଗିଳିଥିବା କୁକୁଡ଼ାକୁ ପାଟିରୁ ବାହାର କରିଦେଇଥିଲା। ବନ ବିଭାଗର ଫରେଷ୍ଟର ସୁଷମା ପଣ୍ଡା ଓ ଫରେଷ୍ଟଗାର୍ଡ ତ୍ରିନାଥ ଭୋଇଙ୍କ ଉପସ୍ଥିତିରେ ଏହି ଅଜଗର ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।
Follow Us