python entered the city in search of food Photograph: (sambad.in)
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଯୋଗୁ ଜଙ୍ଗଲ ସୁଖି ଯାଇଛି। ଜଙ୍ଗଲରେ ଏବେ ଖାଦ୍ୟର ଅଭାବ ଦେଖାଦେଇଛି। ଜଙ୍ଗଲୀ ଜନ୍ତୁ ଏବେ ଗାଁ ଓ ସହର ମୁହାଁ ହେବାରେ ଲାଗିଛଣି। ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁ ଅଜଗର ସହର ମୁହାଁ ହୋଇଛନ୍ତି।
ରବିବାର ରାତିରେ ଏସଡିଓ କଲୋନୀର ବାସିନ୍ଦା ପଞ୍ଚାନନ ଦାସଙ୍କ ଘର ନିକଟରୁ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଖାଦ୍ୟ ଅନ୍ବେଷଣରେ ଅଜଗର ପଞ୍ଚାନନଙ୍କ ଘର ନିକଟକୁ ଆସିଥିବା କୁହାଯାଉଛି। ତେବେ ସେ ସ୍ନେକ ହେଲପ ଲାଇନର ନାନୁ ନାମକ ବ୍ୟକ୍ତିଙ୍କୁ ଡାକି ସାପକୁ ଉଦ୍ଧାର କରିଥିଲେ।
ତେବେ ସାପକୁ ଦେଖି ସାହିବାସିନ୍ଦା ଭୟଭୀତ ହୋଇଯାଇଥିଲେ। ସାହିରେ ଛୋଟ ଛୋଟ ପିଲା ସବୁବେଳେ ବାହାରେ ଖେଳୁଥିବା ବେଳେ ସହଜରେ ସାପର ଶିକାର ହୋଇପାରନ୍ତି ବୋଲି ଆତଙ୍କ ପ୍ରକାଶ ପାଇଛି। ତେବେ ସାପକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା କୁହାଯାଇଛି।
ଅଧିକ ପଢ଼ନ୍ତୁ: ଦୀଘା 'ଜଗନ୍ନାଥ ମନ୍ଦିର' 'ଜଗନ୍ନାଥ ଧାମ' ନୁହେଁ: ଗଜପତି ଦିବ୍ୟସିଂହ ଦେବ
ଅଜଗର ସାପର ଲମ୍ବା ୯ ଫୁଟ ଥିବା ବେଳେ ଓଜନ ପ୍ରାୟ ୨୦ କିଲୋ ବୋଲି କୁହାଯାଉଛି। ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାରେ ବହୁ ସଂଖ୍ୟକ ଅଜଗର ସାପ ରହିଛନ୍ତି। ଖରାଦିନେ ଏବଂ ବର୍ଷା ଦିନେ ସାପ ଖାଦ୍ୟ ଅନ୍ବେଷଣରେ ଗାଁ ଓ ସହର ମୁହାଁ ହୋଇଥାନ୍ତି। ମାଲକାନଗିରି ପାଖରେ ଜଙ୍ଗଲର ରହିଥିବାରୁ ସେହି ଜଙ୍ଗଲରୁ ପ୍ରତିବର୍ଷ ଶତାଧିକ ଅଜଗର ଗାଁ ଓ ସହର ମୁହାଁ ହୋଇଥାନ୍ତି।
ଅଧିକ ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରର ମୂର୍ତ୍ତି ତିଆରି ପାଇଁ ବଳକା ଦାରୁ ବ୍ୟବହାର କରାଯାଇ ନାହିଁ: ଆଇନ ମନ୍ତ୍ରୀ
Malkangiri | python
Follow Us