୧୦ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

୧୦ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ଚନ୍ଦକା: ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଅଭୟାରଣ୍ୟ ନିକଟସ୍ଥ ଅନ୍ଧାରୁଆ ଗ୍ରାମ ପଦପାଦ ମୁଣ୍ଡିଆରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛି। ଗତ କାଲି ରାତିରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ସ୍ନେକ ହେଲପ୍‌ ଲାଇନ ସଦସ୍ୟ ଆଶିଷ କୁମାର ବେହେରା ୧୦ ଫୁଟ ଅଜଗର ସାପଟିକୁ ଉଦ୍ଧାର କରିଥିଲେ। ତେବେ ରାତିରେ ଏହାକୁ ଜଙ୍ଗଲରେ ଛାଡ଼ିବା ସମ୍ଭବ ନ ହେବାରୁ ରାତିରେ ସାପଟି ଆଖିରେ ପଟି ବାନ୍ଧି ରଖାଯାଇଥିଲା। ଆଜି ସକାଳେ ତାକୁ ବନବିଭାଗ କର୍ମଚାରୀଙ୍କ ତତ୍ୱାବଧାନରେ ଚନ୍ଦକା ଅଭୟାରଣ୍ୟ ଗୋଡବାରିର ଏକ ପୋଖରୀ ନିକଟରେ ଛଡାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ,ପଦପାଦ ମୁଣ୍ଡିଆ ନିକଟରେ ଏହି ସାପଟି ଥିବା ବେଳେ କେତେକ ପିଲାଏହାକୁ ଦେଖିଥିଲେ। ସାପଟି ଗର୍ଶରେ ପଶିଲେ କିଏ ହୁଏତ ପିଟି ମାରି ଦେଇପାରେବୋଲି ଆଶଙ୍କା କରି ଗ୍ରାମବାସୀମାନେ ସାପ ଉଦ୍ଧାର କରୁଥିବା ସଂସ୍ଥାକୁ ଯୋଗାଯୋଗ କରିଥିଲେ। ପରେ ସ୍ନେକ ହେଲପ୍‌ ଲାଇନ ସଦସ୍ୟ ଆଶିଷ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଧରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe